ଅଟୋ ଯନ୍ତ୍ରାଂଶ ଶିଳ୍ପ:ଉଭାନ ହୋଇପାରେ ୧୦ ଲକ୍ଷ ଚାକିରି

Get real time updates directly on you device, subscribe now.

ନୂଆଦିଲ୍ଲୀ:ସମ୍ପ୍ରତି ଦେଶର ଅଟୋମୋବାଇଲ ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଛି । କ୍ରମାଗତ ଭାବେ ଗାଡି ବିକ୍ରି ହ୍ରାସ ପାଇଛି । ଏଭଳି କ୍ଷେତ୍ରରେ ଚାହିଦା ବଢ଼ାଇବା ପାଇଁ ସମ୍ପୂର୍ଣ୍ଣ ଅଟୋମୋବାଇଲ ଶିଳ୍ପରେ ଏକକ ୧୮ଧ ଜିଏସ୍ଟି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛି ଭାରତୀୟ ଅଟୋ ଯନ୍ତ୍ରାଂଶ ନିର୍ମାତା ସଂଘ(ଏସିଏମ୍ଏ) । ଏହା ନ ହେଲେ ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିବା ଏହି ଶିଳ୍ପରେ ୧୦ ଲକ୍ଷ ଚାକିରି ଉଭାନ ହୋଇପାରେ ବୋଲି ସଂଘ ଆଶଙ୍କା ପ୍ରକାଶ କରିଛି ।
ପ୍ରକାଶଯୋଗ୍ୟ, ଦେଶର ଅଟୋ ଯନ୍ତ୍ରାଂଶ ଶିଳ୍ପରେ ପାଖାପାଖି ୫୦ ଲକ୍ଷ ଲୋକ କାର୍ଯ୍ୟ କରୁଛନ୍ତି । ତେବେ ଉପରୋକ୍ତ ଦାବି ସହ ଏକ ସ୍ପଷ୍ଟ ଇ-ଯାନ ନୀତି ଆଣିବା ପାଇଁ ସଂଘ କହିଛି । ଅଟୋମୋବାଇଲ ଶିଳ୍ପ ଏବେ ବଡ଼ ସମସ୍ୟା ଦେଇ ଗତି କରୁଛି । କିଛି ମାସ ଧରି ସବୁ ସେଗ୍ମେଣ୍ଟରେ ଗାଡ଼ି ବିକ୍ରି କମୁଥିବା ଏସିଏମ୍ଏ ସଭାପତି ରାମ ଭେଙ୍କଟରମଣି ପ୍ରକାଶ କରିଛନ୍ତିି ।
ଅଟୋ ନିର୍ମାତାମାନେ ସେମାନଙ୍କ ଉତ୍ପାଦନରେ ୧୫ରୁ ୨୦ଧ ହ୍ରାସ କରିଛନ୍ତି । ଫଳରେ ଏକ ଦୁର୍ବିପାକ ସ୍ଥିତି ଉପୁଯିବାକୁ ଯାଉଥିବା ସେ କହିଛନ୍ତି । ଏହି ଟ୍ରେଣ୍ଡ ଜାରି ରହିଲେ ପାଖାପାଖି ୧୦ ଲକ୍ଷ ଲୋକ ଚାକିରି ହରାଇବେ ବୋଲି ଭେଙ୍କଟରମଣି ପ୍ରକାଶ କରିଛନ୍ତି ।
ପ୍ରକାଶଯୋଗ୍ୟ, ପାଖାପାଖି ୭୦ଧ ଅଟୋ ଯନ୍ତ୍ରାଂଶ ୧୮ଧ ଜିଏସ୍ଟି ସ୍ଲାବରେ ଅଛି । ଅବଶିଷ୍ଟ ୩୦ଧ ୨୮ଧ ଟିକସ ସ୍ଳାବରେ ରହିଛି । ଅନ୍ୟପକ୍ଷରେ, ଅଟୋମୋବାଇଲ ୨୮ଧ ସ୍ଲାବରେ ରହିଥିବାବେଳେ ଗାଡିର ଆକାର, ଲମ୍ବା ଏବଂ ପ୍ରକାର ଅନୁସାରେ ଏଥିରେ ୧ରୁ ୧୫ଧ ଅତିରିକ୍ତ ସେସ୍ ଲାଗୁଛି । ସମ୍ପୂର୍ଣ୍ଣ ଶିଳ୍ପରେ ଏକକ ୧୮ଧ ଜିଏସ୍ଟି ଧାର୍ଯ୍ୟ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଚାହିଦା ହ୍ରାସ, ବିଏସ୍ ୪ ଏବଂ ବିଏସ୍-୬କୁ ସ୍ଥାନାନ୍ତର ହେବା ପାଇଁ ବୃହତ୍ ନିବେଶ, ଅସ୍ପଷ୍ଟ ଇ-ଯାନ ନୀତି ଆଦି ସମସ୍ୟା ଦେଶର ଅଟୋମୋବାଇଲ ଶିଳ୍ପକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଥିବା ଭେଙ୍କଟରମଣି କହିଛନ୍ତି । ଏଭଳି ସମସ୍ୟା ମଧ୍ୟରେ କମ୍ପାନିଗୁଡିକ ଭବିଷ୍ୟତରେ ନିବେଶ କରିବାକୁ ପଛଘୂଞ୍ଚା ଦେବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons