ଜୟପୁର: କୋରାପୁଟରେ ନିର୍ମାଣାଧୀନ ୬୫୦ ସିଟ୍ ବିଶିଷ୍ଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ କାମ ସରିବାକୁ ଅଢେଇ ବର୍ଷ ଲାଗିବ । ୨୦୨୩ ସୁଦ୍ଧା କାମ ସରିବା ଲକ୍ଷ୍ୟ ରଖାଯାଇଛି । କାମ ସମ୍ପୂର୍ଣ୍ଣ ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳବାସୀ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର । ଜୟପୁରର ଏୟାରଷ୍ଟ୍ରିପ୍ ସଂପ୍ରସାରଣ କାମ ଶେଷ ପର୍ଯ୍ୟାୟରେ ରହିଛି । ଯାତ୍ରୀ ଏବଂ ବ୍ୟାବସାୟିକ ବିମାନ ଚଳାଚଳ ଲାଗି କାମ ଆଗେଇ ଚାଲିଛି । ଉଡ଼ାଣ ସମ୍ପର୍କରେ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସ୍ଥାନୀୟ ଏୟାରଷ୍ଟ୍ରିପ୍ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଶ୍ରୀ ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକ ଶାଳିନୀ ପଣ୍ଡିତ ଏବଂ ଖେଳ ଏବଂ ଯୁବ ସେବା ନିଦେ୍ର୍ଧଶକ ଭିନିଲ୍ କ୍ରିଷ୍ଣା ଏକ ସ୍ୱତନ୍ତ୍ର ବିମାନରେ ଏଠାକାର ଏୟାରଷ୍ଟ୍ରିପ୍ରେ ଓହ୍ଲାଇଥିଲେ । ଏୟାରଷ୍ଟ୍ରିପ୍ ପରିଦର୍ଶନ ସହ ଜିଲ୍ଲା ହସ୍ପିଟାଲ ପାଖରେ ଚାଲିଥିବା ଖେଳ କମ୍ପେ୍ଲକ୍ସ, ଆମ୍ବାଗୁଡ଼ା ଉଚ୍ଚବିଦ୍ୟାଳୟ ବୁଲି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇଥିଲେ । ନବରଙ୍ଗପୁରରେ କୋଭିଡ୍ ତୃତୀୟ ଲହରି ପାଇଁ କିଭଳି ପ୍ରସ୍ତୁତି ଚାଲିଛି ଅନୁଧ୍ୟାନ କରିଥିଲେ । ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନର ଉନ୍ନତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ କୋଭିଡ ସ୍ଥିତି ସମ୍ପର୍କରେ ନିଅଯାଇଥିବା ପଦକ୍ଷେପ ସମ୍ପର୍କରେ ସଚିବଙ୍କୁ ଅବଗତ କରିଥିଲେ । ଏହି ଅବସରରେ ଅଧିକାରୀମାନେ ନବରଙ୍ଗପୁର ଜିଲ୍ଲା ମେଡିକାଲ ପରିଦର୍ଶନ କରିିଥିଲେ । ସେଠାରେ ଚାଲିଥିବା ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ କୋଠା କାମ ତଦାରଖ କରିଥିଲେ । ଏହା ଆଗାମୀ ସେପ୍ଟେମ୍ବର ସୁଦ୍ଧା ସରିବ ବୋଲି ସଚିବ କହିଛନ୍ତି ।
ଜଳସମ୍ପଦ ପ୍ରମୁଖ ସଚିବ ଅନୁ ଗର୍ଗ କୋରାପୁଟର ତେଲିଙ୍ଗିରି ଡ୍ୟାମ୍ ପରିଦର୍ଶନ କରିଥିଲେ । ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲେ । ନିର୍ମାଣାଧୀନ ୬୫୦ ସିଟ୍ ବିଶିଷ୍ଟ କଲେଜ ବୁଲି ଦେଖିବା ସହ ସହରରେ ଥିବା ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ । ଅପରାହ୍ନରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଉତ୍ତମରାଓ ରାଜେଶ ପଣ୍ଡିତ, ଏସ୍ପି ବରୁଣ ଗୁଣ୍ଟୁପଲ୍ଲୀ, ଉପଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଏସଡ଼ିପିଓ ଅରୂପ ଅଭିଶେକ ବେହେରା, ତହସିଲଦାର ପ୍ରଧାନ ଟୁଲିଆମ୍ମା, ଅତିରିକ୍ତ ତହସିଲଦାର ଅଶ୍ୱିନୀକୁମାର ମହାପାତ୍ର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଭାସ୍କରଚନ୍ଦ୍ର ସାମନ୍ତରାୟ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟକୁମାର ବେହେରା, ସଦର ଥାନା ଓଆଇସି ଆଦିତ୍ୟ ମହାକୁଡ଼, ଟାଉନ ଥାନା ଏସ୍ଆଇ ରିଗାନ କିଣ୍ଡୋ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୀତବାସ ବିଶ୍ୱାଳ ପ୍ରମୁଖଙ୍କ ସହ ଅଗ୍ନିଶମ, ପୁଲିସ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.