ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଭାଇରସ୍ ସହ ଅଣ୍ଡା ଓ ଚିକେନ୍ର କୌଣସି ସମ୍ପର୍କ ନାହିଁ । ଅଣ୍ଡା ଓ ଚିକେନ୍ ଜରିଆରେ କରୋନା ଭାଇରସ୍ ବ୍ୟାପିବା ନେଇ ପ୍ରକାଶ ପାଉଥିବା ଗୁଜବ ଭିତ୍ତିହୀନ । ବରଂ ବର୍ତ୍ତମାନ ସମୟରେ ଉଭୟ ଅଣ୍ଡା ଓ ଚିକେନ୍ ଦର କମିଛି । ଲୋକେ ଏହାର ଫାଇଦା ଉଠାଇ ଉଭୟ ପ୍ରୋଟିନ୍ୟୁକ୍ତ ଖାଦ୍ୟକୁ ପର୍ଯ୍ୟାପ୍ତ ଖାଇବା ଉଚିତ । କୁକୁଡ଼ା ଚାଷ ସହ ଜଡ଼ିତ ବିଶେଷଜ୍ଞମାନେ ମଙ୍ଗଳବାର ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଓଡ଼ିଶା ପୋଲ୍ଟ୍ରି ଫୋରମ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋଲ୍କାତାଭିତ୍ତିକ ହାଇଟେକ୍ ହ୍ୟାଚ୍ ଫ୍ରେସ୍ର ସିଇଓ (ବୈଷୟିକ) ଡ. ଏନ୍ କେ ପ୍ରହରାଜ କହିଛନ୍ତି, ଭାରତୀୟ ଖାଦ୍ୟ ଅଭ୍ୟାସରେ ଭାଇରସ୍ ଚିକେନ୍ ଜରିଆରେ ଲୋକମାନଙ୍କୁ ପ୍ରଭାବିତ କରିବାର କୌଣସି ଆଶଙ୍କା ନାହିଁ । ଏଠାରେ ଲୋକମାନେ ଯେଉଁ ତାପମାତ୍ରାରେ ସିଝାଇ ଚିକେନ୍ ଖାଉଛନ୍ତି, ଏଥିରେ ଭାଇରସ୍ ତିÂିବା ଅସମ୍ଭବ । ଅପରପକ୍ଷରେ କରୋନା ଭାଇରସ୍ ମନୁଷ୍ୟଠାରୁ ମନୁ୍ୟଷକୁ ବ୍ୟାପିଥାଏ । ଏଥିରେ ଚିକେନ୍ କିମ୍ବା ଅଣ୍ଡାର କୌଣସି ସମ୍ପର୍କ ନାହିଁ ବୋଲି ଭାରତ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ତେଣୁ ଚିକେନ୍ ଓ ଅଣ୍ଡା ବ୍ୟବହାର ସମ୍ପୂର୍ଣ୍ଣ ନିରାପଦ ।
ଏ ଅବସରରେ ଓଡ଼ିଶା ପୋଲ୍ଟ୍ରି ଫୋରମ୍ ସଭାପତି ଡ. ହର ମୋହନ ଦାଶ କହିଛନ୍ତି, ରାଜ୍ୟରେ ସପ୍ତାହକୁ ୩୦ରୁ ୩୫ ଲକ୍ଷ ବ୍ରଏଲର ଉପôାଦନ ହୁଏ । ୧ କିଲୋଗ୍ରାମ ବ୍ରଏଲର ଉପôାଦନ ପାଇଁ ପ୍ରାୟ ୭୫ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ କରୋନା ଭାଇରସ୍ ସହ ଚିକେନ୍କୁ ଯୋଡ଼ି ଗୁଜବ ପ୍ରକାଶିତ ହେବାପରେ ଚିକେନ୍ ବ୍ୟବହାର ପ୍ରାୟ ୫୦ଧ ଖସିଆସିଛି । ଫଳରେ ଫାର୍ମରୁ ବ୍ରଏଲର କିଲୋପିଛା ୪୦ ଟଙ୍କାରେ ବିକ୍ରି ହେଉଛି । ଏହାଯୋଗୁ ବ୍ରଏଲର ଚାଷୀ ବହୁଳମାତ୍ରାରେ ପ୍ରଭାବିତ ହେଉଛନ୍ତି ।
ସେହିଭଳି ଓଡ଼ିଶାରେ ଦୈନିକ ୧ କୋଟି ଅଣ୍ଡା ଦରକାର । ସେଥିମଧ୍ୟରୁ ୫୦ରୁ ୫୫ ଲକ୍ଷ ଅଣ୍ଡା ରାଜ୍ୟ ଭିତରେ ଉପôାଦନ ହୁଏ । ବଳକା ଅଣ୍ଡା ବାହାରୁ ଆମଦାନି ହୁଏ । ଗୋଟିଏ ଅଣ୍ଡା ପାଇଁ ୪ ଟଙ୍କା ୨୦ ପଇସା ଖର୍ଚ୍ଚ ହେଉଥିବା ବେଳେ ଫାର୍ମରୁ ଏହା ୩ ଟଙ୍କା ୪୦ ପଇସାରେ ବିକ୍ରି ହେଉଛି । ଏହା ଚାଷୀଙ୍କ ପକେଟ୍କୁ ବହୁମାତ୍ରାରେ ପ୍ରଭାବିତ କରୁଛି ।
ଭେଙ୍କଟେଶ୍ୱର ହ୍ୟାଚେରିର ମହାପ୍ରବନ୍ଧକ ଡ. ପୁଞ୍ଜା କହିଛନ୍ତି, ରାଜ୍ୟର ବ୍ରଏଲର ଓ ଅଣ୍ଡା ଚାଷ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪ ଲକ୍ଷ ଲୋକଙ୍କ ଜୀବିକା ନିର୍ଭର କରୁଛି । କିନ୍ତୁ ମିଥ୍ୟା ଅପପ୍ରଚାର ଯୋଗୁ କେବଳ ଫେବ୍ରୁଆରୀ ମାସରେ ଉଭୟ ଚିକେନ୍ ଓ ଅଣ୍ଡାରେ ଚାଷୀମାନେ ୧୦୦ କୋଟି ଟଙ୍କାର କ୍ଷତି ସହିଥିବା ଆକଳନ କରାଯାଉଛି । କିନ୍ତୁ ଉଭୟ ଖାଦ୍ୟ ନିରାପଦ । ଏଣୁ ଲୋକମାନେ ବର୍ତ୍ତମାନ ସମୟରେ ସ୍ୱଳ୍ପମୂଲ୍ୟରେ ମିଳୁଥିବା ଏ ପ୍ରୋଟିନ୍ ଖାଦ୍ୟ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୋଲ୍ଟ୍ରି ବିଶେଷଜ୍ଞ ଡ. ଏ ଜି ରାଓ, ଡ. ବି ବି ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.