ପୁରୀ,(ବି.ବି.ନୁ୍ୟଜ୍): ପୁରୀରେ ମରିବି ପଛେ ଯିବି । ମୋତେ କେହି ରୋକି ପାରିବେନି । ପତ୍ନୀଙ୍କୁ ଏଭଳି କହି ଜିଦି କରି ଆସିଥିଲେ ଶ୍ରୀକ୍ଷେତ୍ର । ହେଲେ କଳାଠାକୁରଙ୍କ ଦର୍ଶନ ପୂର୍ବରୁ କଲେ ସ୍ୱାର୍ଗାରୋହଣ । ମହୋଦଧି କୂଳେ ଟଳିପଡ଼ିଲେ ବୃଦ୍ଧ । ଏଭଳି ଏକ ଘଟଣା ସୋମବାର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ବୃଦ୍ଧ ଜଣକ କଟକ ଜିଲ୍ଲା ସାଲେପୁରସ୍ଥିତ ନଇଗୁଆଁ ଗ୍ରାମର ନାରାୟଣ ରାଉତ (୭୨) । ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିବା ପରେ ସମୁଦ୍ରକୂଳ ଥାନା ପୁଲିସ ଶବ ଜବତ କରିଛି ।
ଖବର ଅନୁଯାୟୀ, ନଇଗୁଆଁ ଗ୍ରାମରେ ନାରାୟଣ ରହୁଥିବାବେଳେ ତାଙ୍କ ଭାଇ ଅନନ୍ତ ରାଉତ ଏକ କିମି ଦୂର ପୁରୁଷୋତ୍ତମପୁର ଗ୍ରାମରେ ରୁହନ୍ତି । ସେମାନଙ୍କ ବାରଣ ସତ୍ତେ୍ୱ ସହ ନାରାୟଣ ଆସିଥିଲେ ।
ସମସ୍ତେ କାକଟପୁରରେ ମା’ ମଙ୍ଗଳାଙ୍କ ଦର୍ଶନ କରି କୋଣାର୍କ ବୁଲି ମା’ ରାମଚଣ୍ଡୀଙ୍କ ଦର୍ଶନ କରିଥିଲେ । ପରେ ମହୋଦଧି ଜଳ ସିଞ୍ଚିହୋଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାର ଯୋଜନା ଥିଲା । ବାସ୍ ସେହି ସମୟରେ ହଠାତ୍ ବେଳାଭୂମିରେ ଆଣ୍ଠୁ ମାଡି ବସିପଡ଼ିଥିଲେ ନାରାୟଣ । ଉପସ୍ଥିତ କିଛି ସ୍ଥାନୀୟ ଲୋକେ ଏହା ଦେଖି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ତାଙ୍କୁ ସଦର ମୁଖ୍ୟ ଚକିତ୍ସାଳୟ ଆଣିଥିଲା । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକେ ମହାପ୍ରଭୁଙ୍କ ପାଇଁ ଆଣିଥିବା ନଡ଼ିଆ, ପତାକା ସବୁ ମହୋଦଧିରେ ଭସାଇଦେଇଥିଲେ ।
Comments are closed, but trackbacks and pingbacks are open.