ଆମେରିକାର ବିଭିନ୍ନ ପ୍ରଦେଶରେ ଏବେ ସାଧାରଣ ଲୋକେ ଅଧିକ ସଂଖ୍ୟାରେ ଏକତ୍ରିତ ହେବା ଉପରେ କଟକଣା ଲଗାଯିବାର ସମ୍ଭାବନା ରହିଛି । ଏହି କଟକଣା ୮ ସପ୍ତାହ ପାଇଁ ଜାରି ରହିବ । ସେଣ୍ଟରସ ଫର ଡିଜିସ କଣ୍ଟେ୍ରାଲ ଏଣ୍ଡ ପ୍ରିଭେନସନ (ସିଡିସି) ରବିବାର ଆମେରିକୀୟ ସରକାରଙ୍କୁ ପରାମର୍ଶ ଦେଇଛି କି କରୋନା ସଂକ୍ରମଣକୁ ରୋକିବା ପାଇଁ ୫୦ରୁ ଅଧିକ ଲୋକ କୌଣସି ସ୍ଥାନରେ ଏକତ୍ରିତ ହେବା ଉପରେ କଟକଣା ଲଗାଯାଉ । ଏହାକୁ ସେଠାକାର ବିଭିନ୍ନ ପ୍ରଦେଶର ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି । କେତେକ ପ୍ରଦେଶର ସରକାର ତ ଏଦିଗରେ କିଛି ପଦକ୍ଷେପ ନେବା ଆରମ୍ଭ କରିସାରିଲେଣି । ୱାଶିଂଟନ, ଓହିଓ, ଇଲିନଅସ ଏବଂ ମାସାଚୁସେଟସ ପ୍ରଦେଶରେ ପବ୍ ଏବଂ ବାର୍ ଗୁଡିକ୍ ଉପରେ ଆଂଶିକ କଟକଣା ଲଗାଯାଇଛି । ସେଠାରେ କେବଳ ଖାଦ୍ୟ ଦ୍ରବ୍ୟ ବିକ୍ରି କରାଯାଇପାରିବ ବୋଲି ନିଦେ୍ର୍ଧଶ ଦିଆଯାଇଛି । କିନ୍ତୁ କାଲିଫର୍ଣ୍ଣିଆ ଏବଂ ଲସ ଆଞ୍ଜେଲସରେ ସମସ୍ତ ବାର୍କୁ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
Comments are closed, but trackbacks and pingbacks are open.