ଭୁବନେଶ୍ୱର: ଅଧିକ ସଭ୍ୟ ସଂଗ୍ରହ କରିବାକୁ ବିଜେଡି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ଜିଲ୍ଲା ସଭାପତି ଓ ପର୍ୟ୍ୟବେକ୍ଷକଙ୍କୁ ନେଇ ହୋଇଥିବା ବୈଠକ ପରେ ଦଳର ଉପସଭାପତି ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି।
ଦେବୀ ମିଶ୍ର କହିଛନ୍ତି, ରାଜ୍ୟର ବିକାଶ, ‘‘5T’’ ଓ ‘ମୋ ସରକାର’ ନେଇ ଆଲୋଚନା ହୋଇଛି। ଅଧିକ ସଭ୍ୟ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜିର ଏହି ବୈଠକରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲା ପର୍ୟ୍ୟବେକ୍ଷକ ଓ ସଭାପତିମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଅକ୍ଟୋବର ୨ରୁ ହେବାକୁ ଥିବା ବିଜେଡିର ପଦଯାତ୍ରାର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସମୟ ଭିତରେ ଦଶହରା ପଡୁଥିବାରୁ ସମୟ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି।
Comments are closed, but trackbacks and pingbacks are open.