ଅନନ୍ତନାଗରେ ଡୋଭାଲ

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ସେଠାକାର ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ । ଗତ ୬ ତାରିଖରୁ ସେ କାଶ୍ମୀରରେ ଡେରା ପକାଇଛନ୍ତି । ବିଭିନ୍ନ ଅଞ୍ଚଳ ବୁଲି ସେଠାକାର ପରିସ୍ଥିତି ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଏହିକ୍ରମରେ ଆଜି ସେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଗସ୍ତ କରିବା ସହ ସେଠାକାର ଗୋରୁ ବ୍ୟବସାୟୀ ଓ ସୁରକ୍ଷା କର୍ମୀଙ୍କ ସହିତ ଆଲୋଚନା କରିଛନ୍ତି ।
ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଡୋଭାଲଙ୍କ ଏକ ଭିଡିଓ ଆଜି ଦେଖିବାକୁ ମିଳିଛି । ଯେଉଁଥିରେ ଏକଦା ଆତଙ୍କବାଦୀଙ୍କ ହଟବେଡ୍ ପାଲଟିଥିବା ଅନନ୍ତନାଗ ଜିଲ୍ଲାର ଏକ ଗୋରୁ ହାଟରେ ସେ ପହଞ୍ôଚଛନ୍ତି । ଇଦ୍ ଉପଲକ୍ଷେ ହାଟରେ ଗୋରୁ ବିଶେଷକରି ମେଣ୍ଢା କିଣା-ବିକା ଜୋର୍ସୋରରେ ଚାଲିଥିଲା । ଡୋଭାଲ ସେଠାକାର ଲୋକମାନଙ୍କ ସହ ଗୋରୁ ଓ ମେଣ୍ଢାଙ୍କ ଓଜନ ଓ ଦରଦାମ ଓ ବିଷୟରେ ପଚାରି ବୁଝିଥିଲେ । ଜଣେ ଯୁବ ଗୋରୁ ବେପାରୀ କହିଥିଲେ ଯେ ୩୫ କି.ଗ୍ରା ଓଜନର ମେଣ୍ଢାକୁ ସେ ୧୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ସେ ପ୍ରାୟ ୪୦ରୁ ୫୦ ମେଣ୍ଢା ଆଣିଥିବା ବେଳେ ସେଥିରୁ ୨୦ଟି ବିକ୍ରି କରିସାରିଲେଣି । ଯେତେବେଳେ ଡୋଭାଲ ତାଙ୍କୁ ପଚାରିଲେ ସେ କେଉଁଠାରୁ ଏହି ମେଣ୍ଢା ଆଣିଛନ୍ତି ବ୍ୟବସାୟୀ ଜଣକ କହିଥିଲେ କାର୍ଗିଲର ଦ୍ରାସ ଅଞ୍ଚଳରୁ ଆଣିଛନ୍ତି । ଆପଣ ଦ୍ରାସ କେଉଁଠାରେ ଜାଣନ୍ତି କି ବୋଲି ବ୍ୟବସାୟୀ ଜଣକ ଡୋଭାଲଙ୍କୁ ପଚାରିଥିଲେ । ହେଲେ ଡୋଭାଲ କିଛି ଉତ୍ତର ଦେବା ପୂର୍ବରୁ ତାଙ୍କ ସହ ଥିବା ଅନନ୍ତନାଗ ଡିିସିପି ଖଲିଦ ଜାହାଙ୍ଗୀର ଉକ୍ତ ବ୍ୟବସାୟୀଙ୍କୁ ସେ ଏନ୍ଏସ୍ଏ ବୋଲି କହିଥିଲେ । ଏହା ପରେ ଡୋଭାଲ ସ୍ମିତହସି ଉକ୍ତ ବ୍ୟବସାୟୀଙ୍କ ସହ କରମର୍ଦ୍ଧନ କରିଥିଲେ ଏବଂ ତାଙ୍କ ପିଠି ଥାପୁଡାଇ ସେଠାରୁ ଫେରିଥିଲେ ।
ଗତକାଲି ଡୋଭାଲ ଇଦ୍ଘା ଅଞ୍ଚଳ ପରିଦର୍ଶନ କରି ସେଠାକାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ଆଇନ ଶୃଙ୍ଖଳା ପାଇଁ ନିୟୋଜିତ ପୁଲିସ ଓ ସିଆରପିଏଫ ଯବାନଙ୍କ ସହ ଭାବ ବିନିମୟ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବାରେ ସେମାନଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ । ଡୋଭାଲ ଗତ ବୁଧବାର ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲା ଗସ୍ତକରି ସେଠାକାର ଲୋକମାନଙ୍କୁ ଭଲମନ୍ଦ ବିଷୟରେ ପଚାରି ବୁଝିଥିଲେ । ଏପରିକି ରାସ୍ତାକଡର ଏକ ଦୋକାନରେ ମଧ୍ୟାହ୍ନ ଭୋଜନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons