
ନୟାଗଡ଼(ବି.ବି.ନୁ୍ୟଜ):ଅନନ୍ୟା ଫାଉଣ୍ଡେସନ୍ ଆଜି ନୟାଗଡ଼ ଜିଲ୍ଲାର ଶଙ୍ଖେଇ ଗ୍ରାମର ଜଙ୍ଗଲ ଭିତରେ ରହୁଥିବା କିଛି ପରିବାର ପାଖରେ ପହଂଚି ଥିଲା। ସେଠି ରହୁଥିବା ସମସ୍ତଙ୍କ ପାଇଁ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ କିଛି ଶୁଖିଲା ଖାଦ୍ୟ ଓ ମାସ୍କ ପ୍ରଦାନ କରା ଯାଇଥିଲା। କୁନି କୁନି ପିଲାଙ୍କ ପାଇଁ କିଛି ପାଠ୍ୟ ସମାଗ୍ରୀ ପ୍ରଦାନ କରା ଯାଇଥିଲା। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଗଲା। କରୋନା ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ପରୀକ୍ଷା କରି ଅବଶ୍ୟକ ଅନୁସାରେ ସଂଗରୋଧ କିମ୍ବା ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆଗଲା।


Comments are closed, but trackbacks and pingbacks are open.