ଅନାମ ପାତ୍ର ଏଡିଏମ୍, ଲକ୍ଷ୍ମୀକାନ୍ତଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତିରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଉଛି । ଏହାସହ କରୋନା ଜନିତ ମୃତୁ୍ୟ ମଧ୍ୟ ବଢିÿବାରେ ଲାଗିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଥିଲେ ମଧ୍ୟ ଭଲ ସଫଳତା ମିଳିନାହିଁ । ଏ ମଧ୍ୟରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) କରୁଣାକର ରାଇକାଙ୍କ କରୋନାରେ ମୃତୁ୍ୟ ହୋଇଛି । ତେବେ ତାଙ୍କସ୍ଥାନ ପୂରଣ ପାଇଁ ରାଜ୍ୟ ସରକାର ବରିÂ ପ୍ରଶାସନିକ ଅଧିକାରୀ ଅନାମ ଚରଣ ପାତ୍ରଙ୍କୁ ଗଜପତି ପଠାଇଛନ୍ତି । ସେଭଳି ଆଉ ଜଣେ ବରିÂ ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ମଧ୍ୟ ଏଠାକୁ ପଠାଯାଇଛି । କରୋନା ଲଢେ଼ଇରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ତାଙ୍କୁ ସ୍ୱତନ୍ତ୍ର ଦାୟୀତ୍ୱ ମିଳିଛି ।
ବରିÂ ପ୍ରଶାସନିକ ଅଧିକାରୀ ଅନାମ ଚରଣ ପାତ୍ରଙ୍କ ଗଜପତି ଜିଲ୍ଲା ସମ୍ପର୍କରେ ଭଲ ଜ୍ଞାନ ରହିଛି । ସେ ଜିଲ୍ଲାରେ ଦୀର୍ଘଦିନ ଧରି ପୌରପରିଷଦ ନିର୍ବାହୀ ଅଧିକାରୀ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ, ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ(ଦାୟିତ୍ୱ) ଭଳି ବିଭିନ୍ନ ଗରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ତେଣୁ ତାଙ୍କ ଭଳି ଜଣେ ଅଭିଜ୍ଞ ଅଧିକାରୀ କରୋନା ଭଳି ମହାମାରୀ ସମୟରେ ଜିଲ୍ଲାକୁ ଫେରିବା ପ୍ରଶାସନ ପାଇଁ ସହାୟକ ହେବ । ସେଭଳି ୨୦୧୮ ମସିହାରେ ଗଜପତି ଜିଲ୍ଲାରେ ଅନୁଭୂତ ତିତ୍ଲି ବାତ୍ୟା ସମୟରେ ସ୍ୱତନ୍ତ୍ର ଅଧିକାରୀ ଭାବେ ଜିଲ୍ଲାକୁ ଆସିଥିଲେ ଲକ୍ଷ୍ମୀକାନ୍ତ ସେଠୀ । ଏହି ସମୟରେ ସେ ଦିନରାତି ଏକ କରି କାମ କରିବା ସହ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଥିଲେ । ପରବର୍ତ୍ତି ସମୟରେ ସେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ଅଳ୍ପ ଦିନ ଏହି ଦାୟିତ୍ୱରେ ରହିଥିଲେ ମଧ୍ୟ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରି ବିଭିନ୍ନ କାର୍ଯ୍ୟ କରିଥିଲେ । ତେଣୁ ତାଙ୍କ ଯୋଗଦାନ ମଧ୍ୟ ଜିଲ୍ଲା ପାଇଁ ସହାୟକ ହେବ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିଖରେ ଗଜପତି ଜିଲ୍ଲାକୁ ଫେରିଥିଲେ ଜିଲ୍ଲାର ପୁଅ ତଥା ବରିÂ ପ୍ରଶାସନିକ ଅଧିକାରୀ କରୁଣାକର ରାଇକା । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭାବେ ସେ ଜିଲ୍ଲାରେ କାର୍ଯ୍ୟା ଆରମ୍ଭ କରିଥିଲେ । ଅଭିଜ୍ଞତାକୁ ଦୃଷ୍ଟିରେ ରଖି କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର୍ ସେଣ୍ଟର୍ର ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥିଲା । ଏହାର ନିର୍ମାଣ ଠାରୁ ସୁପରିଚାଳନା ପାଇଁ ଦିନରାତି ଏକ କରି କାମ କରୁଥିବା ବେଳେ ନିଜେ କରୋନାର ଶିକାର ହୋଇଥିଲେ କରୁଣାକର । ଲୋକଙ୍କ ସେବା କରିବା ସହ ଅନେକଙ୍କୁ ସୁସ୍ଥ କରାଇବାରେ ସହାୟକ ହୋଇଥିବା ଏହି ବରିÂ ଅଧିକାରୀ ଶେଷରେ କରୋନା ଯୁଦ୍ଧରେ ହାରିଗଲେ । ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ହୋଇଥିଲା । ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ସରକାର ତୁରନ୍ତ ପୂରଣ କରିଛନ୍ତି । ତେବେ ତାଙ୍କ ସ୍ଥାନରେ ଜିଲ୍ଲାକୁ ଆଉଜଣେ ଅଭିଜ୍ଞ ଅଧିକାରୀ ଅନାମ ଚରଣ ପାତ୍ରଙ୍କୁ ସରକାର ପଠାଇଛନ୍ତି । ଶନିବାର ଲକ୍ଷ୍ମୀକାନ୍ତ ସେଠୀ କାର୍ଯ୍ୟରେ ଯୋଗଦେଇଥିବା ନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେବା ସହ ଅନ୍ୟଜଣେ ଅଧିକାରୀ ମଧ୍ୟ ଅତିଶୀଘ୍ର ଜିଲ୍ଲାକୁ ଆସି କାର୍ଯ୍ୟରେ ଯୋଗାଦବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons