ନୂଆଦିଲ୍ଲୀ:ତିନୋଟି ଚାଇନିଜ୍ ବ୍ୟାଙ୍କ ଅନିଲ ଅମ୍ବାନିଙ୍କ ବିରୋଧରେ ଲଣ୍ଡନ କୋର୍ଟରେ ମାମଲା ଦାଏର୍ କରିଛନ୍ତି । ଅନିଲଙ୍କ ନାମରେ ୬୮୦ ନିୟୁତ ଡଲାର(ପାଖାପାଖି ୪୭,୬୦୦ କୋଟି ଟଙ୍କା) ଋଣ ପରିଶୋଧ କରି ନ ଥିବା ଅଭିଯୋଗ ରହିଛି । ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା ଲିମିଟେଡ୍(ଆଇସିବିସି), ଚାଇନା ଡେଭେଲପ୍ମେଣ୍ଟ ବ୍ୟାଙ୍କ ଏବଂ ଏକ୍ସପୋର୍ଟ-ଇମ୍ପୋର୍ଟ ବ୍ୟାଙ୍କ ଅଫ୍ ଚାଇନା ୨୦୧୨ରେ ଅନିଲ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ କମୁ୍ୟନିକେସନ୍ସକୁ ୯୨୫.୨୦ ନିୟୁତ ଡଲାର(୬୪,୭୫୦ କୋଟି ଟଙ୍କା)ର ଋଣ ପ୍ରଦାନ କରିଥିଲେ । ଉକ୍ତ ସମୟରେ ଅନିଲ କହିଥିଲେ ଯେ, ଏହି ଋଣର ସେ ବ୍ୟକ୍ତିଗତ ଭାବେ ଗ୍ୟାରେଣ୍ଟି ଦେଉଛନ୍ତି । କିନ୍ତୁ ୨୦୧୭ ପରେ କମ୍ପାନି ଋଣ ପରିଶୋଧ କରିବାରେ ବିଫଳ ହୋଇ ଚାଲିଲା ।
ଏହି ମାମଲାରେ ଅନିଲ ଅମ୍ବାନି କହିଛନ୍ତି ଯେ, ସେ ପର୍ସନାଲ କମ୍ଫର୍ଟ ଲେଟର ଦେବା କଥା କହିଥିଲେ । ବ୍ୟକ୍ତିଗତ ସମ୍ପତ୍ତିକୁ ଗ୍ୟାରେଣ୍ଟି ଭାବେ ଦେବା ପାଇଁ ସେ କେବେ କହି ନ ଥିଲେ ।
ସୂଚନାଯୋଗ୍ୟ, ରିଲାଏନ୍ସ କମୁ୍ୟନିକେସନ୍ସର ଅଧ୍ୟକ୍ଷ ଅନିଲ ଅମ୍ବାନି ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍ କିଛି ସମୟ ଧରି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛି । ଗ୍ରୁପ୍ ଉପରେ ବୃହତ୍ ପରିମାଣର ଋଣ ବୋଝ ରହିଛି । ବ୍ଲୁମ୍ବର୍ଗ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ସୁଦ୍ଧା ରିଲାଏନ୍ସ ଗ୍ରୁପ୍ ଉପରେ ପ୍ରାୟ ୯୩ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି ।
ସ୍ୱିଡେନ୍ଭିତ୍ତିକ କମ୍ପାନି ଏରିକ୍ସନ୍ ସହ ବି ଏଭଳି ବିବାଦ ରିଲାଏନ୍ସ କମୁ୍ୟନିକେସନ୍ସର ଥିଲା । ଏରିକ୍ସନ୍କୁ ଆର୍କମ୍ ୫୫୦ କୋଟି ଟଙ୍କା ପରିଶୋଧ କରିବାର ଥିଲା । ସୁପ୍ରିମ୍କୋର୍ଟ କହିବା ପରେ ଅନିଲ ଅମ୍ବାନି ଏହା ଶୁଝିଥିଲେ ।


Comments are closed, but trackbacks and pingbacks are open.