ଅନିଲ ଅମ୍ବାନିଙ୍କ ଇସ୍ତଫା ନାମଞ୍ଜୁର

Get real time updates directly on you device, subscribe now.

ନୂଆଦିଲ୍ଲୀ: ରିଲାଏନ୍ସ କମୁ୍ୟନିକେସନ୍ସର ଅଧ୍ୟକ୍ଷ ଅନିଲ ଅମ୍ବାନି ଓ ୪ ଜଣ ନିଦେ୍ର୍ଧଶକଙ୍କ ଇସ୍ତଫାକୁ କମ୍ପାନିର ଋଣ ପ୍ରଦାନକାରୀମାନେ ନାମଞ୍ଜୁର କରିଛନ୍ତି । ସେମାନଙ୍କୁ ଦେବାଳିଆ ପ୍ରତିକାର ପ୍ରକ୍ରିୟାରେ ସହଯୋଗ କରିବା ପାଇଁ କୁହାଯାଇଥିବା ଜଣାପଡ଼ିଛି । କମ୍ପାନିର ୪ ଜଣ ନିଦେ୍ର୍ଧଶକ ହେଲେ ରାୟନା କରାନି, ଛାୟା ବିରାନି, ମଞ୍ଜରି କାକର୍ ଏବଂ ସୁରେଶ ରଙ୍ଗାଚାର । ଅମ୍ବାନିଙ୍କ ସମେତ ଏମାନେ ସମସ୍ତେ ଚଳିତମାସ ଆରମ୍ଭରେ ନିଜ ପଦରୁ ଇସ୍ତଫା ଦେଇଥିଲେ ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍ଇ)ରେ ସୂଚନା ଦେଇ ରିଲାଏନ୍ସ କମୁ୍ୟନିକେସନ୍ସ କହିଛି ଯେ ନଭେମ୍ବର ୨୦ରେ ସିଓସି (କମିଟି ଅଫ୍ କ୍ରେଡିଟର୍ସ) ବୈଠକ ବସିଥିଲା । ଏଥିରେ ଅଧ୍ୟକ୍ଷ ଅମ୍ବାନି ଓ ୪ ନିଦେ୍ର୍ଧଶକଙ୍କ ଇସ୍ତଫା ବାବଦରେ ଆଲୋଚନା ହୋଇଥିଲା । ଶେଷରେ ସେମାନଙ୍କ ଇସ୍ତଫାକୁ ଗ୍ରହଣ ନ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ଏହାପରେ କମ୍ପାନିର ବୋର୍ଡକୁ ଏ ବାବଦରେ ଅବଗତ କରାଯାଇଥିଲା । ତୁରନ୍ତ ସମସ୍ତଙ୍କ ଇସ୍ତଫାକୁ ନାମଞ୍ଜୁର କରାଗଲା ବୋଲି କୁହାଯାଇଥିଲା । ତେବେ ଦେବାଳିଆ ପ୍ରତିକାର ପ୍ରକ୍ରି୍ରୟାରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ଦର୍ଶାଯାଇଥିଲା ।
କମ୍ପାନି ଆହୁରି ସୂଚନା ଦେଇ କହିଛି ଯେ ଇସ୍ତଫା ଦେଇଥିବା ନିଦେ୍ର୍ଧଶକମାନଙ୍କୁ ସିଓସି ବୈଠକରେ ହୋଇଥିବା ନିଷ୍ପତ୍ତି ବାବଦରେ ସୂଚନା ଦିଆଯାଇଛି । ସେମାନଙ୍କ ଇସ୍ତଫା ନାମଞ୍ଜୁର ହୋଇଥିବାରୁ ତୁରନ୍ତ କାର୍ଯ୍ୟରେ ଯୋଗଦେବା ଲାଗି ସେମାନଙ୍କୁ କୁହାଯାଇଛି । ଏଥିସହ କମ୍ପାନିର ଦେବାଳିଆ ପ୍ରତିକାର ନେଇ ବର୍ତ୍ତମାନ ଯେଉଁ ପ୍ରକ୍ରିୟା ଚାଲିଛି, ସେଥିରେ ସହଯୋଗ କରିବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୈମାସରେ ରିଲାଏନ୍ସ କମୁ୍ୟନିକେସନ୍ସର ୩୦,୧୪୨ କୋଟଇ ଟଙ୍କାର କ୍ଷତି ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶକ୍ରମେ କମ୍ପାନି ଏହାର ଋଣ ପ୍ରତିକାର ପାଇଁ ଅଧିକ ବ୍ୟୟ କରିବାରୁ ଏହାର କ୍ଷତି ପରିମାଣ ବୃଦ୍ଧି ପାଇଥିଲା । ଭାରତୀୟ କର୍ପୋରେଟ୍ କ୍ଷେତ୍ରରେ ଏହା ହେଉଛି ଦ୍ୱିତୀୟ ସର୍ବବୃହତ୍ କ୍ଷତି । ପୂର୍ବରୁ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ଏକାକୀ ୫୦,୯୨୧ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଥିଲା । ଉଲ୍ଲେଖଥାଉ କି ଚଳିତବର୍ଷ ଜୁଲାଇ-ସେପ୍ଟେମ୍ବରରେ ରିଲାଏନ୍ସ କମୁ୍ୟନିକେସନ୍ସ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପାଳନ ପୂର୍ବକ ଋଣ ପରିଶୋଧ ବାବଦରେ ୨୮,୩୧୪ କୋଟି ଟଙ୍କା ବ୍ୟୟ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons