ଅନିଶ୍ଚିତତାରେ ହୀରାକୁଦର ରାଇଟ୍ ଡାଇକ୍ ସ୍ପିଲ୍ୱେ ପ୍ରକଳ୍ପ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ହୀରାକୁଦ ବନ୍ଧର ବାମ ପଟ ଡାଇକ୍ରେ ଅତିରିକ୍ତ ସ୍ପିଲ୍ୱେ କାମ ଇତିମଧ୍ୟରେ ଆରମ୍ଭ ହୋଇଗଲାଣି । ଗତ ୨୦୧୫ରେ ଏହାର ପରିକଳ୍ପନା କରାଯାଇ ଉଭୟ ବାମ ଏବଂ ଡାହାଣ ଡାଇକ୍ରେ ୨ଟି ସ୍ପିଲ୍ୱେ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । ହେଲେ ବାମ ପଟର କାମ ଆରମ୍ଭ ହୋଇସାରିଥିବା ବେଳେ ଡାହାଣ ପଟ ସ୍ପିଲ୍ୱେ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଦେଇ ଗତି କଲାଣି । କେନ୍ଦ୍ର ସରକାର ଡାହାଣ ପାଶ୍ୱର୍ରେ ୩ଟି ପ୍ରସ୍ତାବ ଦେଇଥିବା ବେଳେ ସେଥିରୁ ପ୍ରଥମ ପ୍ରସ୍ତାବର ସର୍ଭେ ଆରମ୍ଭ ନ ହେଉଣୁ ଏହା କାଟ୍ ଖାଇବା ଏକପ୍ରକାର ଥୟ ବୋଲି ଜଣାଗଲାଣି । ବ୍ୟୟବହୁଳ କାରଣରୁ ଏହି ସ୍ଥାନରେ ପ୍ରକଳ୍ପ ସମ୍ଭବ ହେବା ନେଇ ଅନିଶ୍ଚିତତା ଦେଖାଦେଲାଣି ।
ହୀରାକୁଦ ବନ୍ଧର ଜଳ ନିଷ୍କାସନ କ୍ଷମତା ବର୍ତ୍ତମାନ ୧୫ ଲକ୍ଷ କୁ୍ୟସେକ୍ ରହିଛି । ହେଲେ ଭବିଷ୍ୟତରେ ବନ୍ଧକୁ ପ୍ରାୟ ୨୩ ଲକ୍ଷ କୁ୍ୟସେକ୍ରୁ ଅଧିକ ପାଣି ଆସିବା ନେଇ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ଆକଳନ କରିଛି । ଏହି କାରଣରୁ ବଳକା ୮ ଲକ୍ଷ କୁ୍ୟସେକ୍ ପାଣି ନିଷ୍କାସନ ପାଇଁ ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ କରିବାକୁ ସିଡବ୍ଲୁସି ଅଣ୍ଟା ଭିଡିଥିଲା । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ବିଶ୍ୱବ୍ୟାଙ୍କର ଡ୍ରିପ୍ ପ୍ରକଳ୍ପ ଅଧୀନରେ ହୀରାକୁଦ ଥିବାରୁ ବିଶ୍ୱବ୍ୟାଙ୍କ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗତ ୨୦୧୫ ଅପ୍ରେଲ ମାସରେ ବିଶ୍ୱବ୍ୟାଙ୍କ ଏବଂ ସିଡବ୍ଲୁସି ପ୍ରତିନିଧି ହୀରାକୁଦ ବନ୍ଧ ପରିଦର୍ଶନରେ ଆସି ପ୍ରଥମ କରି ସର୍ଭେ କରିଥିଲେ ।
ଏଥିରୁ ପ୍ରଥମ ପର୍ଯ୍ୟାୟରେ ବାମ ଡାଇକ୍ରେ ଗାନ୍ଧୀ ମିନାର ପଟରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଡାହାଣ ଡାଇକ୍ରେ ବରଗଡ କେନାଲ ହେଡ୍ ପଏଣ୍ଟ ପୂର୍ବରୁ ଏକ ସ୍ଥାନ ନିରୂପଣ କରାଯାଇଥିଲା । ସେଥିରୁ ପ୍ରଥମ ପର୍ଯ୍ୟାୟରେ ବାମ ପଟର କାମ ଆରମ୍ଭ ହୋଇଗଲାଣି । ଏଥିରେ ପ୍ରାୟ ୩ ଲକ୍ଷ ୨୦ ହଜାର କୁ୍ୟସେକ୍ ଜଳ ନିଷ୍କାସନ କ୍ଷମତା ବିଶିଷ୍ଟ ସ୍ପିଲ୍ୱେ ନିର୍ମାଣ କରାଯିବ । ହେଲେ ଦ୍ୱିତୀୟ ପର୍ଯ୍ୟାୟରେ ଡାହାଣ ପଟରେ ହେବାକୁ ଥିବା ସ୍ପିଲ୍ୱେ ପ୍ରକଳ୍ପ ଅନିଶ୍ଚିତତା ଦେଇ ଗତି କରୁଛି । ଏହି ପଟରେ ବରଗଡ କେନାଲ ହେଡ୍ ପଏଣ୍ଟରୁ ବନ୍ଧ ପଟକୁ ୩ଟି ସ୍ଥାନରେ ସର୍ଭେ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ପ୍ରଥମ ପ୍ରସ୍ତାବ ଅନୁଯାୟୀ, ରାଇଟ୍ ଡାଇକ୍ର ୧୪ ହଜାର ପଏଣ୍ଟରେ ସ୍ପିଲ୍ୱେ ନିର୍ମାଣ କରି ଏହାର ପାଣିକୁ ୮ କିମି ଦୂରରେ ଥିବା ଝାଇଁଯୋର ନାଲାରେ ପକାଇବାକୁ ଯୋଜନା ହୋଇଥିଲା । ଏଥିପାଇଁ ଘରୋଇ ଚାଷ ଜମି ବି ଅଧିଗ୍ରହଣର ଆବଶ୍ୟକତା ରହିଛି ।
ହେଲେ ପ୍ରାଥମିକସ୍ତରରେ ଏହାର ସର୍ଭେ ଆରମ୍ଭ ନ ହେଉଣୁ, ଏହାର ବାସ୍ତବିକତା ନେଇ ପ୍ରଶ୍ନ ଉଠିଛି । ଏହି ସ୍ଥାନରେ ହେଲେ ପ୍ରକଳ୍ପ ଅଟକଳ ମାତ୍ରାଧିକ ବୃଦ୍ଧି ପାଇବା ନିଶ୍ଚିତ । ସେହି ଦୃଷ୍ଟିରୁ ପ୍ରଥମ ପ୍ରସ୍ତାବ ଏକପ୍ରକାର କାଟ୍ ଖାଇବା ବି ଏକପ୍ରକାର ନିଶ୍ଚିତ ବୋଲି ବରିÂ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ସେହିପରି ଅନ୍ୟ ଦୁଇ ପ୍ରସ୍ତାବରେ ବି ବିଶେଷ ଫରକ୍ ନଥିବାରୁ ତାହା ମଧ୍ୟ ସମ୍ଭବ ହେବା ନେଇ ଅନିଶ୍ଚିତତା ଲାଗି ରହିଛି । ଏଭଳି ସ୍ଥିତିରେ ଘରେ ନ ପଶୁଣୁ ଚାଳ ବାଜିଲା ଭଳି ଏହି ପ୍ରକଳ୍ପକୁ ନେଇ ପ୍ରଭାବିତ ହେବାକୁ ଥିବା ଲୋକେ ପ୍ରତିବାଦ ଆରମ୍ଭ କରି ଦେଇଛନ୍ତି । ଫଳରେ ସମଗ୍ର ଡାହାଣ ଡାଇକ୍ର ସ୍ପିଲ୍ୱେ ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons