ଅନୁଗୋଳ,(ବି.ବି.ନୁ୍ୟଜ୍): ଅନୁଗୋଳ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଠାରେ ରେଡ୍ ଜୋନ୍ ପାଇଁ ଉଦ୍ଧିଷ୍ଟ କଟକଣା ଲାଗୁ କରିବାକୁ ଜିଲ୍ଲାପାଳ ମନୋଜ ମହାନ୍ତି ନିଦେ୍ର୍ଧଶ ଦେଇଛନ୍ତି । ସରକାରଙ୍କ ତରଫରୁ ଏହାକୁ ରେଡ୍ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇ ନଥିଲେ ମଧ୍ୟ ୧୩ଟି ପଜିଟିଭ୍ ବାହାରିଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଶନିବାର ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏକାଥରକେ ୧୩ ଟି ପଜିଟିଭ୍ ଆସିଥିଲା । ରବିବାର ସକାଳେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ଏହି ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର । ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ସୁରଟରୁ ଆସିଥିଲେ ଓ ଜଣେ ମହାରାଷ୍ଟ୍ରରୁ ଆସିଥିଲେ । ବାହାର ରାଜ୍ୟରୁ ଆସିଥିବା ସମସ୍ତ ୧୨ ବ୍ୟକ୍ତି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସୂଚନାଯୋଗ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି । ୨୮୧ ଜଣ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କ ମୃତୁ୍ୟ ଘଟିଛି ।


Comments are closed, but trackbacks and pingbacks are open.