ଅନୁମତି ନାହିଁ, ତଥାପି ଅଫ୍ଲାଇନ୍ରେ ଚାଲିଛି ଖୁଲମଖୁଲା ମଦ ବେପାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କେବଳ ଅନଲାଇନ୍ରେ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଥିବା ବେଳେ ବହୁ ଦୋକାନୀ ଆଉ ପାଦେ ଆଗେଇ ଯାଇଛନ୍ତି । ସରକାରୀ ନିୟମର ଉଲ୍ଲଙ୍ଘନ କରି ରାଜଧାନୀ ଭୁବନେଶ୍ୱରରେ ବହୁ ଦୋକାନୀ ଅଫ୍ଲାଇନ୍ରେ ଖୁଲମ୍ଖୁଲା ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରର ବ୍ୟୟବହୁଳ ବାପୁଜୀ ନଗର ଅଞ୍ଚଳରେ ଏକ ମଦ କାଉଣ୍ଟରେ ଆଜି ସକାଳେ ଅଳ୍ପ ଖୋଲା ଥିବା ବେଳେ ତା ଆଗରେ କିନ୍ତୁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା । କିଏ ହାତରେ ବ୍ୟାଗ୍ ତ କିଏ ଜରି ରରି ଛିଡ଼ା ହୋଇଯାଇଥିଲା । ସାମାଜିକ ଦୂରତା ରକ୍ଷା ନିମନ୍ତେ ଗୋଲେଇ ବୁଲା ଯାଇଥିବା ବେଳେ ଏହାକୁ ମାନିବା ଅବସ୍ଥାରେ କିନ୍ତୁ କେହି ନଥିଲେ । ଏପରିକି ବହୁ ଦିନ ପରେ ମନ ପସନ୍ଦର ଜିନିଷ ନେବା ଲାଗି ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ଏପରିକି ଗୋଟିଏ ଗୋଟିଏ ଗୋଲେଇ ଭିତରେ ୩ ଜଣରୁ ଉଦ୍ଧ୍ୱର୍ ବ୍ୟକ୍ତି ଛିଡ଼ା ହୋଇଥିଲେ । ସେହିପରି ବୁଦ୍ଧନଗରରେ ମଧ୍ୟ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ଦେଖଇବାକୁ ମିଳିଛି । ଗୋଟିଏ ପଟେ ଦୋକାନୀମାନେ ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କିର ଅଫ୍ଲାଇନ୍ରେ ମଦ ବିକ୍ରି କରୁଥିବା ବେଳେ ଅନ୍ୟପଟେ ଳୋକମାନେ ବି କରୋନା କଟକଣାକୁ ନ ମାନି ମଦ ପାଇଁ ଦୋକାନ ଆଗରେ ଭିଡ଼ ଜମାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons