ଅନ୍ଧାରୀବୁଢ଼ୀରେ ପଡ଼ିଛି ଛୁଆ ହାତୀର ମୃତଦେହ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ(ବିଜେପି) ବନାଞ୍ଚଳ ତରମାକାନ୍ତ ଅନ୍ଧାରୀବୁଢୀ ପାହାଡ଼ରୁ ଛୁଆ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ହାତୀ ମୃତୁ୍ୟର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟବଚ୍ଛେଦ ପରେ ସଠିକ୍ କାରଣ ଜଣାପଡିବ ବୋଲି ବନ ବିଭାଗ କହିଛି ।
ବୁଧବାର ସକାଳେ ତରମାକାନ୍ତ ଅଞ୍ଚଳର ଲୋକମାନେ ଅନ୍ଧାରୀବୁଢୀ ପାହାଡକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିବାବେଳେ ଗୋଟିଏ ଛୁଆ ଦନ୍ତାହାତୀର ଗଳିତ ମୃତଦେହ ଲୋକେ ଦେଖିଥିଲେ । ହାତୀଟି କେବେ ଓ କେଉଁ କାରଣୁ ମୃତୁ୍ୟବରଣ କରିଛି ତାହା ସ୍ପଷ୍ଟ ହୋଇପାରିନି । ଏ ସଂପର୍କରେ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଭୂୟାଁ ଜୁଆଙ୍ଗ ପୀଢ ବନାଞ୍ଚଳର ରେଞ୍ଜର ମୁକ୍ତିକାନ୍ତ ପରିଡା ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଠାବ କରିଥିବାବେଳେ ଶୁଆକାଟୀ ପଶୁ ଚିକିତ୍ସକ ବିନୟ କୁମାର ମିଶ୍ରଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତ ହାତୀର ବୟସ ୪/୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀ ମରିବା ସମୟରେ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇ ଶୁଖି ଯାଇଥିବା ଦେଖିବାକୁ ମିଳିଛି । ଏଥିସହ ହାତୀର କାନ ମୂଳରେ ଏକ କଣା ହୋଇ ରକ୍ତସ୍ରାବ ହୋଇଥିବାରୁ ଗୁଳି ମାଡ଼ ହୋଇଥାଇପାରେ ବୋଲି ସନେ୍ଦହ ପ୍ରକାଶ ପାଇଛି । ବିଜେପି ରେଞ୍ଜର ଓ ଡାକ୍ତର ଖବରପାଇ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିବାରୁ ହାତୀର ବ୍ୟବଚ୍ଛେଦ ହୋଇପାରିନି । ଗୁରୁବାର ରକ୍ତ ନମୁନା ସଂଗ୍ରହ କରାଯିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons