ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏଣିକି ଅନ୍ଲାଇନ୍ରେ ଉପଲବ୍ଧ ହେବ ସ୍ୱୟଂ ସହାୟକ ଗୋÂୀ (ଏସ୍ଏଚ୍ଜି) ସାମଗ୍ରୀ । ଆଜି ମିଶନ ଶକ୍ତି ମେଳା ଉଦ୍ୟାପନୀ ସମାରୋହରେ ମିଶନ ଶକ୍ତି ନିଦେ୍ର୍ଧଶାଳୟ ଏବଂ ଅନ୍ଲାଇନ୍ ବ୍ୟବସାୟ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ଫ୍ଲିପ୍କାର୍ଟ ସମନ୍ୱୟରେ ଏସ୍ଏଚ୍ଜିଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଚାର ଏବଂ ପ୍ରସାର ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଟାଟା ଟ୍ରଷ୍ଟ ମିଳିତ ସହଯୋଗରେ ମହିଳା ସ୍ୱୟଂ ସହାୟକ ଗୋÂୀମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଅନ୍ଲାଇନ୍ ବିକ୍ରୟ ନିମନ୍ତେ ସ୍ୱତନ୍ତ୍ର ମିଶନ ଶକ୍ତି ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ୩୦୦ ମହିଳା ଉପôାଦକ ଗୋÂୀଙ୍କୁ ସୁଦୃଢ଼ କରିବା ନିମନ୍ତେ ମିଶନ ଶକ୍ତି ଓର୍ମାସ ସହିତ ଚୁକ୍ତିନାମା କରାଯାଇଛି । ଯାହାଦ୍ୱାରା ରାଜ୍ୟରେ ମହିଳାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ସୁଦୃଢ଼ ହୋଇପାରିବ । ବର୍ଷସାରା ଏସ୍ଏଚ୍ଜିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପଲବ୍ଧ କରାଇବା ନିମନ୍ତେ ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୬୪ ଦୋକାନ ଗୃହ ବିଶିଷ୍ଟ ସ୍ଥାୟୀ ମିଶନ ଶକ୍ତି ବଜାର ନିର୍ମାଣ କରାଯାଉଛି ବୋଲି ମିଶନ ଶକ୍ତି ନିଦେ୍ର୍ଧଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଚଳିତ ବର୍ଷ ପ୍ରଥମଥର ମିଶନ ଶକ୍ତି ମେଳା ଆୟୋଜିତ ହୋଇଥିଲା । ୫ ଡିସେମ୍ବରରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ୧୨ ଦିନ ବ୍ୟାପୀ ମେଳାରେ ଅଦ୍ୟାବଧି ଏସ୍ଏଚ୍ଜିଙ୍କ ଦ୍ୱାରା ପ୍ରସ୍ତୁତ ୬.୦୫୫ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ବିକ୍ରୟ ହୋଇଛି । ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ସର୍ବସାଧାରଣଙ୍କ ପାଇଁ ଖୋଲା ରହିଥିଲା । ଏଥିରେ ୨୦୨ ଷ୍ଟଲ୍ରେ ୩୦୦ ରୁ ଅଧିକ ଦ୍ରବ୍ୟ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଏବଂ ବିକ୍ରି କରାଯାଇଥିଲା । ଏହାବ୍ୟତୀତ ୧୨ଟି ଷ୍ଟଲ୍ରେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକି୍ର କରାଯାଇଥିଲା । ରାଜ୍ୟର ୩୦ଟି ଜିଲ୍ଲାରୁ ୨୫୧ଟି ଏସ୍ଏଚ୍ଜି ଗ୍ରୁପ୍ ଓ ଉପôାଦକ ଗୋÂୀରୁ ୫୦୦ଜଣରୁ ଅଧିକ ସ୍ୱୟଂ ସହାୟକ ଗୋÂୀ ସେମାନଙ୍କ ଦ୍ରବ୍ୟ ସହିତ ଅଂଶଗ୍ରହଣ କରିଥିଲେ ।
ଉଦ୍ୟାପନୀ ସନ୍ଧ୍ୟାରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବିଭାଗୀୟ ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର, ମିଶନ ଶକ୍ତି ନିଦେ୍ର୍ଧଶାଳୟ କମିଶନର ତଥା ନିଦେ୍ର୍ଧଶକ ସୁଜାତା ଆର୍. କାର୍ତ୍ତିକେୟନ, ଏନ୍ଆର୍ଏଲ୍ଏମ୍ ନିଦେ୍ର୍ଧଶକ ସ୍ମୃତିରଞ୍ଜନ ପ୍ରଧାନ, ଓର୍ମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସର୍ବାଧିକ ହସ୍ତତନ୍ତ ପଦାର୍ଥ, ହସ୍ତଶିଳ୍ପ ପଦାର୍ଥ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଏବଂ ମସଲା ସାମଗ୍ରୀ, ଖାଦ୍ୟ ପଦାର୍ଥ ବିକ୍ରି, ଉପôାଦର ଉତ୍ତମ ପ୍ରଦର୍ଶନ, ଦ୍ରବ୍ୟ ପ୍ରଦର୍ଶନ, ସର୍ବଶ୍ରେଷ୍ଟ ବିକ୍ରେତା, ଆଗ୍ରହୀ ଅଂଶଗ୍ରହଣକାରୀ, ଧାନ ନଡ଼ାର ଉପଯୋଗରେ ନିଖୁଣ କଳାକୃତି ଓ ମହିଳା ସଶକ୍ତିକରଣ ନିଚ୍ଛକ ଉଦାହରଣ ସ୍ୱରୂପ ବିଭିନ୍ନ ଏସ୍ଏଚ୍ଜିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସ୍ୱୟଂ ସହାୟକ ଗୋÂୀ (ଏସ୍ଏଚ୍ଜି)ଗୁଡ଼ିକ ପାଇଁ ଖୁସି ଖବର । ଖୁବ୍ଶୀଘ୍ର ଏମାନଙ୍କ ଉତ୍ପାଦିତ ସାମଗ୍ରୀ କେନ୍ଦ୍ର ସରକାରଙ୍କ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ୍) ପୋର୍ଟାଲ୍ରେ ସ୍ଥାନ ପାଇବ । ଏଥିପାଇଁ କେନ୍ଦ୍ର ସରକାର ଓଡ଼ିଶାର ଏସ୍ଏଚ୍ଜିଗୁଡ଼ିକ ସହ ଆଲୋଚନା କରିବେ । ଜିଇଏମ୍ ତାହାର ସମ୍ପ୍ରସାରଣ କରୁଥିବାବେଳେ ଓଡ଼ିଶାର ଏସ୍ଏଚ୍ଜି, ଷ୍ଟାର୍ଟଅପ୍ମାନଙ୍କୁ ଏଥିରେ ସାମିଲ ପାଇଁ ଆଲୋଚନା କରିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜିଇଏମ୍ ସାମଗ୍ରୀ ଯୋଗାଣ କରୁଥିବାବେଳେ ବିଭିନ୍ନ ରାଜ୍ୟର ଏସ୍ଏଚ୍ଜିମାନେ ବହୁ ପ୍ରକାରର ସାମଗ୍ରୀ ଉତ୍ପାଦନ କରୁଛନ୍ତି । ଅନୁରୂପ ଭାବେ ବହୁବିଧ ସାମଗ୍ରୀ ଉତ୍ପାଦନ କରୁଥିବା ଷ୍ଟାର୍ଟଅପ୍ଗୁଡ଼ିକ ଜିଇଏମ୍ ପୋର୍ଟାଲ୍ରେ ସ୍ଥାନ ପାଇବାକୁ ଯାଉଛନ୍ତି । କେବଳ ଏସ୍ଏଚ୍ଜି, ଷ୍ଟାର୍ଟଅପ୍ ନୁହେଁ ଗାଁ ଗହଳରେ କଳାକାର, ଶିଳ୍ପୀ, ଏମ୍ଏସ୍ଏମ୍ଇ ଯେଉଁମାନେ କି ଆଞ୍ଚଳିକସ୍ତରରେ ସେମାନଙ୍କ ବ୍ୟବସାୟ କରୁଛନ୍ତି ତାଙ୍କ ସହିତ ମଧ୍ୟ ଜିଇଏମ୍ କର୍ତ୍ତୃପକ୍ଷ ଆଲୋଚନା କରିବା ସହିତ ସେମାନଙ୍କ ଉତ୍ପାଦନକୁ ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରୟାସ କରିବେ । ତେଣୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ସ୍ୱୟଂ ସହାୟକ ଗୋÂୀ ସହିତ ଷ୍ଟାର୍ଟଅପ୍, କଳାକାର, ଶିଳ୍ପୀ ଓ ଏମ୍ଏସ୍ଏମ୍ଇ ସହିତ ଆଲୋଚନା ପାଇଁ ସ୍ଥିର ହୋଇଛି । ଜିଇଏମ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ତଲିନ କୁମାରଙ୍କ ସୂଚନା ଅନୁଯାୟୀ ଏସ୍ଏଚ୍ଜି ଓ ଶିଳ୍ପୀମାନଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ସମୟରେ ସେମାନଙ୍କ ଠାରୁ ସାମଗ୍ରୀ ଖରିଦ ହେବ । ବିଗତ ତିନିବର୍ଷ ମଧ୍ୟରେ ଜିଇଏମ୍ ୪୦ ହଜାର କୋଟି ଟଙ୍କାର କାରବାର କରିଥିବାବେଳେ ୪୦ ହଜାରରୁ ଅଧିକ ସଂସ୍ଥାଙ୍କୁ ଏହା ସହ ସାମିଲ କରିପାରିଛି ।
Comments are closed, but trackbacks and pingbacks are open.