ଭୁବନେଶ୍ୱର, (ବି.ବି.ବୁ୍ୟରୋ): ମେ ମାସ ବିଦୁ୍ୟତ୍ ବିଲ୍ରେ କୌଣସି ଅଧିକ ଚର୍ଜ ଲାଗୁ କରାଯିବ ନାହିଁ । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦୁ୍ୟତ୍ ବିଲ୍ ଦେଇଛନ୍ତି ମେ ମାସରେ ମଧ୍ୟ ଓଇଆରସି ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ । ଏ ନେଇ ସେସୁ ପକ୍ଷରୁ ଚୂନା ଦିଆଯାଇଛି । ଲକ୍ଡାଉନ୍ ଯୋଗୁ ସେସୁ କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇପାରୁନାହାନ୍ତି । ତେଣୁ ପୁରୁଣା ମାସର ବିଲ୍ ହିସାବରେ ଉପଭୋକ୍ତା ଅନଲାଇନ୍ରେ ବିଳ୍ ଡିପୋଜିଟ୍ କରିବାକୁ ସେସୁ ପକ୍ଷରୁ କୁହାଯାଇଛି । ଅନଲାଇନ୍ରେ ବିଲ୍ ଡିପୋଜିଟ୍ କଲେ ୪ ପ୍ରତିଶତ ଡିସ୍କାଉଣ୍ଟ ଦିଆଯାଉଥିବା ମଧ୍ୟ ସୂଚନା ଦିଆଯାଇଛି । ମେ ମାସରେ ବିଦୁ୍ୟତ୍ ବିଲ୍ ଅଧିକ ଆସିବା ନେଇ ଉପଭୋକ୍ତାଙ୍କ ମନରେ ପ୍ରକାଶ ପାଇଥିବା ସଞ୍ଚୟକୁ ସେସବୁ ଦୂର କରିଛି । ତଥାପି ଯଦି ମେ ମାସର ବିଲ୍କୁ ନେଇ ଉପଭୋକ୍ତାଙ୍କ ଅସୁବିଧା ଥାଏ ତେବେ ୧୯୨୨ ନମ୍ବରରେ ଅଭିଯୋଗ କରିବା ପାଇଁ କୁହାଯାଇଛି ।
Comments are closed, but trackbacks and pingbacks are open.