ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ତେବେ ଏଭଳି ସ୍ଥିତିରେ ଘରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ସରକାରଙ୍କ ଆଗୁଆ ସତର୍କତ ପଦକ୍ଷେପ ଲାଗି ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ତେବେ ଏଥିପାଇଁ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛିନ୍ତି । ଏଣିକି ପିଲାମାନେ ଅନ୍ଲାଇନ୍ପରେ ପାଠ ପଢିବେ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ଦାଶ ସୂଚନା ଦେଉଛନ୍ତି ।
ଅନ୍ ଲାଇନ୍ ରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା । ଏପ୍ରିଲ ୧୪ ପରେ ଅନ୍ ଲାଇନ୍ ମାଧ୍ୟମରେ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ବାରା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୪ ତାରିଖ ପରେ ପିଲାଙ୍କୁ ପାଠପଢ଼ା ଯିବ ବୋଲି ଜଣାପଡ଼ିଛି । ଏହି ଆପ୍ ଦ୍ୱାରା ଶିକ୍ଷକ, ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଏନେଇ ଗାଇଡ୍ କରିବେ । ଏନେଇ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.