ଅପରାଜୟ ଶାସନରେ ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୦୧୯ କହୁଛି ନବୀନଙ୍କ ସଫଳତାର କାହାଣୀ । ‘ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଛୁ, ତାକୁ କାର୍ଯ୍ୟକାରୀ କରିବୁ ।’ ଏକଥାକୁ ନବୀନ ବିଦାୟୀ ବର୍ଷରେ କେବଳ ବାରମ୍ବାର ଦୋହରାଇ ନାହାନ୍ତି, ଆନ୍ତରିକତା ମଧ୍ୟ ଦେଖାଇଛନ୍ତି । ଶ୍ରୀକ୍ଷେତ୍ରର ନନବକଳେବର ଅଭିଯାନରୁ ଆରମ୍ଭ କରି ଏକାମ୍ର କ୍ଷେତ୍ରର ବିକାଶକୁ ସେ ଫୋକସ୍ କରିଛନ୍ତି । ‘ମୋ ସରକାର’ ଏବଂ ୫ଟି ପ୍ରଶାନକୁ ଲୋକଙ୍କ ନିକଟତର କରିଛି । ଅଭିନବ ଯୋଜନା ଓ ନୂଆକାର୍ଯ୍ୟକ୍ରମ ତାଙ୍କ ରାଜନୈତିକ କ୍ୟାରିୟରରେ ଯୋଡ଼ିଛି ସ୍ୱର୍ଣ୍ଣିମ ଫର୍ଦ୍ଧ । ରାଜ୍ୟର ଶାସନ ଓ ପ୍ରଶାନିକ ବ୍ୟବସ୍ଥାରେ ସରକାର ସଂସ୍କାର ଆଣିବାକୁ ୫ମ ପାଳିରେ ମିଷ୍ଟର କ୍ଲିନ୍ ଲାଗୁଛନ୍ତି ଅଧିକ ଚଳଚଞ୍ଚଳ । ସମୟର ପରିବର୍ତ୍ତନରେ ନବୀନ ନିଜେ ସାମିଲ ହୋଇଛନ୍ତି । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ବିଦାୟୀ ୨୦୧୯ ରେ ନବୀନ ଥିଲେ ପୂରାକୁ ପୁରା ଆକ୍ସନ ମୁଡ଼୍ରେ । ପୁରୁଣା ବର୍ଷକୁ ବିଦାୟ ଦେବା ପୂର୍ବରୁ ନୂଆବର୍ଷ ଆରମ୍ଭ ପୂର୍ବରୁ ଆସନ୍ତା କାଲି ବିଜେଡିର ପ୍ରତିÂା ଦିବସ ପାଳନ କରିବାକୁ ଯାଉଛି । ବିଜେଡିକୁ ୨୨ ପୁରୀ ୨୩ ଚାଲିବ । ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିÂା ଦିବସ ପାଳନ କରିବାକୁ ଦଳର ସୁପ୍ରିମୋ ନିଦେ୍ର୍ଧଶ ଦେଇଛନ୍ତି । ଏପଟେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ବସିବ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ସୂର୍ଯ୍ୟପରାଗ ପାଇଁ ପ୍ରତିÂା ଦିବସ ଅପରହ୍ନ ସାଢେ଼ ଚାରିଟାରେ କରିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ବିଜେଡି ସଦସ୍ୟତା ସଂଗ୍ରହ କୋଟିଏରେ ପହଞ୍ଚôଛି । ସେଥିପାଇଁ କର୍ମୀଙ୍କ ପାଇଁ ଏଥର ବୀମା ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦ବର୍ଷ ଅପରାଜୟ ଶାସନ କରିଆସିଛନ୍ତି ନବୀନ । ଏହା ସହିତ ଓଡ଼ିଶାବାସୀଙ୍କ ବିକାଶ ପାଇଁ କାମ କରିବାକୁ କର୍ମୀମାନଙ୍କୁ ଶପଥ ପାଠ କରାଇବେ ନବୀନ । ନୂଆ ବର୍ଷରେ ନୂଆମୁଡ଼୍ ÿ ନେଇ କର୍ମୀମାନେ ଯେପରି ଆଗକୁ ବଢ଼ିଚାଲିବେ ସେଥିପାଇଁ ଦଳ ତା’ର ରଣନୀତି ପ୍ରୟୋଗ କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons