ଅବକାରୀ ଚଢଉ:୮ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

Get real time updates directly on you device, subscribe now.

କୋରୁକୋଣ୍ଡା,(ବି.ବି.ନୁ୍ୟଜ୍): ଆଠ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ ନଷ୍ଟ କଲା ଅବକାରୀ ବିଭାଗ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ୫୨ ଏକର ଜମିରୁ ୫ ରୁ ୬ ଫୁଟ ଉଚ୍ଚର ପ୍ରାୟ ୮୩ ହଜାର ୨ ଶହଟି ଗଛକୁ କିରାସିନ୍ ପକାଇ ପୋଡି ଦିଆଗଲା । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତରେ ମଙ୍ଗଳବାର ଏହି ଦୃଶ୍ୟ ଦେଖିବାକୁ ମିଳିଛି । ପଞ୍ଚାୟତର ଉପରମୁଣ୍ଡରେ ଥିବା ସିନ୍ଧିଗୁଡା, ଗାଦିଗୁଡା ଓ ଖଡିକାଯୋଡି ଗାଁରେ ଏହିସବୁ ଗଛ ଲଗାଯାଇଥିଲା । ଚଢଉ ବେଳେ ସମ୍ପୃକ୍ତ ଚାଷୀ ଫେରାର୍ ହୋଇଯାଇଥିବା ବିଭାଗ କହିଛି ।
ସୂଚନା ଅନୁସାରେ, ଉକ୍ତ ଗାଁଗୁଡିକର ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ମାଫିଆ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତ୍ତାଇ ଏହି ଚାଷ କରିଥିଲେ । ଦୀର୍ଘ ଦିନରୁ ବେଧଡକ ଏହା ଚାଲିଥିଲା । ତେବେ କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ଏହି ସୂଚନା ମିଳିଥିଲା । ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୁଲିସ କର୍ମଚାରୀ ମିଳିତ ଭାବେ ଚଢାଉ କରିଥିଲେ । ଚିତ୍ରକୋଣ୍ଡା ତହସିଲଦାର ନିର୍ବାହୀ ମାଜିଷ୍ଟେ୍ରଟ୍ ଭାବେ ଉପସ୍ଥିତ ଥିଲେ । ଧାରୁଆ ଅସ୍ତ୍ର ସାହାଯ୍ୟରେ ବିଭାଗୀୟ କର୍ମଚାରୀ ଗଛଗୁଡିକୁ ପ୍ରଥମେ କାଟିଥିଲେ । ଘଟଣାସ୍ଥଳରୁ ଚାଷୀମାନେ ଫେରାର୍ ହୋଇଯାଇଥିବା ବେଳେ ପରେ ଗଛଗୁଡିକୁ ଗଦାଗଦା କରି କିରାସିନ୍ ପକାଇ ପୋଡି ଦିଆଯାଇଥିଲା । ଚଢଉରେ ମାଲକାନଗିରି, ବାଲିମେଳା, ମାଥିଲି, ନବରଙ୍ଗପୁର, ଜୟପୁର ଓ କାଲିମେଳା ଅଞ୍ଚଳର ଅବକାରୀ ବିଭାଗ କର୍ମଚାରୀ ସାମିଲ ଥିଲେ । ଏକ ଦଳ ଗଠନ କରି ଚିତ୍ରକୋଣ୍ଡା ପୁଲିସ ସହାୟତାରେ ମିଳିତ ଚଢଉ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons