ଅବକାରୀ ବିଭାଗ ନଷ୍ଟ କଲା ୩୮୦୦ ଲିଟର ଦେଶୀ ମଦ ପୋଚ୍

Get real time updates directly on you device, subscribe now.

ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ ସମୟରେ ଖୋର୍ଦ୍ଧା ଜିଲ୍ଲାରେ ଚାଳିଛି ଗଳାବାଟରେ ମଦ ବ୍ୟବସାୟ । ଶନିବାର ସକାଳେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତର ବଡ଼ପଦର ଗାଁରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ଗାଁର ଏକ ପୋଖରୀ ନିକଟରେ ଦେଶୀ ମଦ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରାୟ ୩୮୦୦ ଲିଟର ପୋଚ ଅବକାରୀ ବିଭାଗ ନଷ୍ଟ କରିଛି । ଏତେ ପରିମାଣର ମଦ ପ୍ରସ୍ତୁତ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା ବୋଲି ଅବକାରୀ ଇନ୍ସିପେକ୍ଟର ରଞ୍ଜନ କୁମାର ନାୟକ କହିଛନ୍ତି । ହେଲେ ଲକ୍ଡାଉନ୍ ସମୟରେ କିପରି ମଦ ଚାଲାଣ ହେଉଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଭୁବନେଶ୍ୱରସ୍ଥିତ ଜୟଦେବ ବିହାରର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବହୁ ଲୋକ ଦେଶୀ ମଦ ବି୍ରକି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons