‘ଅବସରପ୍ରାପ୍ତ ସେନାଙ୍କ ପାଇଁ ସରକାର ସଂକଳ୍ପବଦ୍ଧ’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସେନାରେ ଉଚ୍ଚଦକ୍ଷତା ସମ୍ପନ୍ନ ବ୍ୟକ୍ତିମାନେ ଯୋଗ ଦେଇଥାନ୍ତି । ସେମାନେ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ । ଏହି ଦକ୍ଷତାର ଉତ୍ତମ ବିନିଯୋଗ ପାଇଁ ସରକାର ସଂକଳ୍ପବଦ୍ଧ । ଅବସରପ୍ରାପ୍ତ ଯବାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ସେମାନେ ଏଥିରେ ସାମିଲ ହୁଅନ୍ତୁ । ‘ଫୋନି’ ବାତ୍ୟା ସମୟରେ ୧୨୦ ବାଟାଲିୟନର ସେବା ଓ ସହଯୋଗ ସର୍ବଦା ପ୍ରଶଂସନୀୟ । ସୈନିକ ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦେଶ ପାଇଁ ସହିଦ ଯବାନଙ୍କ ସେବା ଓ ବଳିଦାନକୁ ମନେ ପକାଇବା ପାଇଁ ୧୨୦ ପଦାତିକ ବାହିନୀ (ପ୍ରାଦେଶିକ ସେନା) ଭୁବନେଶ୍ୱର ପ୍ରାଙ୍ଗଣରେ ମଙ୍ଗଳବାର ଚତୁର୍ଥ ଭୂତପୂର୍ବ ସୈନିକ ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ୫ଜଣ ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ଅବସରପ୍ରାପ୍ତ ବ୍ରିଗେଡିୟର ବି.ପି ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସେ ଓଡ଼ିଶାର ଉନ୍ନତି ପାଇଁ ଅବସରପ୍ରାପ୍ତ ସୈନିକଙ୍କ ଯୋଗଦାନକୁ ସ୍ମରଣ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଭୂତପୂର୍ବ ସୈନିକମାନଙ୍କ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ଅନୁଭୂତି କିପରି ରାଜ୍ୟ ଓ ସମାଜର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିନିଯୋଗ କରାଯାଇ ପାରିବ ତାହାର ଗୁରୁତ୍ୱାରୋପ କରିଥିଲେ । ସେମାନଙ୍କ ସମସ୍ୟା ଓ ସମାଧାନ ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା ।
କାର୍ଯ୍ୟକ୍ରମରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୋଗଦେଇଥିବା ୯୮ ବର୍ଷ ବୟସ୍କ ଭାଇସ ଆଡମିରାଲ ଏସ୍ଏଚ୍ ଶର୍ମା, ଛତିଶଗଡ଼ ଓଡ଼ିଶା ସେନାଧ୍ୟକ୍ଷ ବ୍ରିଗେଡିୟର ଏସ୍ଏସ୍ ଧଡୱାଲ, ଲେଫ୍ଟନାଣ୍ଟଜେନେରାଲ ଏନ୍ ପି ପାଢ଼ୀ, ଲେଫ୍ଟନାଣ୍ଟଜେନେରାଲ ନାରାୟଣ ମହାନ୍ତି, ଏୟାର ମାର୍ଶାଲ ଜେଏନ୍ ବର୍ମା, କର୍ଣ୍ଣେଲ ଏଚ୍ଏସ୍ ମହାପାତ୍ର, ୧୨୦ ପ୍ରାଦେଶିକ ସେନାର କମାଣ୍ଡ ଅଧିକାରୀ କର୍ଣ୍ଣେଲ ଦେବଦତ୍ତ ସ୍ୱାଇଁଙ୍କ ସମେତ ୧୦୦୦ରୁ ଅଧିକ ଭୂତପୂର୍ବ ସୈନିକଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons