ଅବହେଳା ପ୍ରତିବାଦରେ ଆଦର୍ଶ ଗାଁ ହରିପୁରର କାଦ ପଚପଚ ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

Get real time updates directly on you device, subscribe now.

ଆଦର୍ଶ ଗାଁ ହରିପୁର।ହେଲେ ଗାଁକୁ ନାହିଁ ଭଲ ରାସ୍ତାଟିଏ। ସାମାନ୍ୟ ଟିକିଏ ବର୍ଷା ହେଲେ କାଦ ପଚପଚ ଅବସ୍ଥା ହୋଇ ଲୋକଙ୍କ ପାଇଁ ଯାତାୟତ କ୍ଷେତ୍ରରେ ବିପଦ ସୃଷ୍ଟି କରି ମରଣଯନ୍ତା ପାଲଟୁଛି। ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ନିକଟରେ ଗୁହାରୀ ଜଣାଇଥିଲେ ମଧ୍ୟ ଫଳଶୂନ।ଏଭଳି ସ୍ଥିତିରେ ଲୋକେ ଗୁହାରୀ ଜଣାଇବେ କାହାକୁ ଶୁଣିବ କିଏ ? ଜନହିତକର ସରକାରୀ ଯୋଜନା ସାଙ୍ଗକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଉଥିବା ‘ନିର୍ମଳ ଶାସନ, ସ୍ୱଚ୍ଛ ପ୍ରଶାସନ’ର ଆହ୍ଵାନ ଆଦର୍ଶ ଗ୍ରାମ ହରିପୁର ପାଇଁ ଏବେ ଉପହାସ ପାଲଟିଛି। ମାତ୍ର ଏହି ହରିପୁର ଗ୍ରାମର ରାସ୍ତାକୁ ଦେଖନ୍ତୁ କିଭଳି ପାଣି କାଦୁଅରେ ଭର୍ତ୍ତି ହୋଇ ପଡିଛି । ପାଣି କାଦୁଅରେ ଚାଲି ଛୋଟ ପିଲାଙ୍କଠାରୁ ବଡ ଲୋକଙ୍କ ଗୋଡପାଦରେ ଘାଆ ହୋଇ ଅନେକ କଷ୍ଟ ଭୋଗିବା ସହିତ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଗ୍ରାମବାସୀ କ୍ଷଭୋର ସହ କହିଛନ୍ତି । ତେବେ ଆଦର୍ଶ ହରିପୁର ଗ୍ରାମର ନୂତନ ରାସ୍ତା ଓ ଜଳନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥାର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୦ ଲକ୍ଷ ଟଙ୍କାର ଅନୁଦାନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଜୁର କରିଥିଲେ ମଧ୍ୟ କାର୍ଯ୍ୟରେ ବାଧକ ସାଜିଛି ରାଜ୍ୟ ସରକାରଙ୍କ ପ୍ରଶାସନ ବୋଲି ଅଭିଯୋଗ ହେଉଛି । ତେବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲାଗିରହିଥିବା କ୍ଷମତା କନ୍ଦଳରେ ଘାଣ୍ଟି ହୋଇ ନିରୀହ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons