
ଇନ୍ଦ୍ରାବତୀ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଶିଶୁଙ୍କୁ ପ୍ରାକ ଶିକ୍ଷା ପ୍ରଦାନ କରିବାକୁ ସରକାରଙ୍କ ଅଙ୍ଗନବାଡି ବ୍ୟବସ୍ଥା ରହିଛି । ଏହା ଜରିଆରେ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ସ୍ୱାସ୍ଥ୍ୟସେବା ଓ ପୁଷ୍ଟିଯୁକ୍ତ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ଏପରିସ୍ଥଳେ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଏହିସବୁ କେନ୍ଦ୍ରର ପରିଚାଳନା ଓ ଭିତ୍ତିଭୂମିରେ ନାନା ଅନିୟମିତତା ଲାଗିରହିଛି । କେଉଁଠି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ତ ଆଉ କେଉଁଠି ଗୃହଗୁଡିକ ଦୟନୀୟ ଅବସ୍ଥାରେ ଚାଲିଛି । ଏଥିଯୋଗୁ ଶିଶୁ ଓ ମହିଳାଙ୍କୁ ଉଚିତ ସେବା ମିଳୁ ନଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।
ସୂଚନା ଅନୁସାରେ, ଏହି ବ୍ଲକରେ ୧୫ ଟି ପଞ୍ଚାୟତ ରହିଛି । ପଞ୍ଚାୟତଗୁଡିକରେ ମୋଟ ୧୯୪ ଟି ଅଙ୍ଗନବାଡି ରହିଛି । ଏଥିରୁ ୮ ଟି ରହିଛି ମିନି ଅଙ୍ଗନବାଡି । ତଥ୍ୟ ଅନୁସାରେ ୨୪ କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଅନ୍ୟ ୧୯ ଟି କେନ୍ଦ୍ରର ଗୃହ ନିର୍ମାଣାଧୀନ ରହିଛି । ଅଧିକାଂଶଠାରେ ଫାଉଣ୍ଡେସନ ପଡି ବର୍ଷବର୍ଷ ହେଲା ପଡିରହିଛି । ପାଞ୍ଚଟି କେନ୍ଦ୍ରର ଗୃହ ସମ୍ପର୍କରେ ସରକାରଙ୍କ ପାଖରୁ କୌଣସି ପ୍ରକାର ନିଦେ୍ର୍ଧଶନାମା ଆସିନାହିଁ । ସଲପା, ବାଗନାଗୁଡା, ଉମରୀଠାରେ ଗୃହ ରହିଥିଲେ ହେଁ ଅନ୍ୟାନ୍ୟ ଭିତ୍ତିଭୂମି ଅଭାବ ରହିଛି । ମାତ୍ର ୯୨ ଟି କେନ୍ଦ୍ରକୁ ବିଦୁ୍ୟତ ସଂଯୋଗ ହୋଇପାରିଛି । ଅନ୍ୟଗୁଡକୁ ଆଜିଯାଏ ବିଦୁ୍ୟତ ସଂଯୋଗ ହୋଇପାରିନି । ବ୍ଲକର ସମସ୍ତ ଅଙ୍ଗନବାଡିକୁ ପୁଷ୍ଟିକର ଛତୁଆ ଯୋଗାଇ ଦେବାକୁ ଦୁଇଟି ମହିଳା ସ୍ୱୟଂ ସହାୟିକା ଗୋÂୀକୁ ଦାୟିତ୍ୱ ଦିଆଯାଇଛି । ମା ଦୁର୍ଗତୀନାସିନୀ ଗୋÂୀ ୬୭ ଟି କେନ୍ଦ୍ରକୁ ଛତୁଆ ଯୋଗାଉଥିବାବେଳେ ମା ମାଣିକେଶ୍ୱରୀ ଗୋÂୀ ୧୨୭ ଟି କେନ୍ଦ୍ରକୁ ଯୋଗାଣ ଦାୟିତ୍ୱ ନେଇଛି । ଅଧିକାଂଶ କେନ୍ଦ୍ରରେ ଶିଶୁଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ହୋଇନି । ପୁରୁଣା କେନ୍ଦ୍ରଗୁଡିକର ଘରଗୁଡିକ ଭାଙ୍ଗି ନଷ୍ଟ ହେବାକୁ ବସିଥିବା ବେଳେ ଏଗୁଡିକର ଆବଶ୍ୟକ ମରାମତି କରାଯାଉନି । କେବଳ ବର୍ଷକୁ ଥରେ ଠିକାଦାରଙ୍କୁ ସୁହାଇବା ଭଳି ଚୂନ ମରାଯାଉଛି । ନୂତନ ଭାବେ ନିର୍ମାଣାଧୀନ ଗୃହଗୁଡିକ ବର୍ଷବର୍ଷ ଧରି ପଡି ରହୁଥିବାରୁ ଶିଶୁଙ୍କ ପାଠପଢା ବ୍ୟାହତ ହେଉଛି । ଅନେକ ସ୍ଥାନରେ ଗଛମୂଳେ ଅବା କାହା ଘର ପିଣ୍ଢାରେ ପାଠପଢା ହେଉଛି । ବ୍ଲକର ଆଉ କେତେକ କେନ୍ଦ୍ରରେ ବର୍ଷାଦିନେ ପାଣି ଗଳୁଛି । ପିଲାମାନେ ବସିବାକୁ ଅସୁବିଧା ଭୋଗୁଛନ୍ତି । କେତେକଠାରେ ରୋଷେଇ ଘର ନଥିବାରୁ ଖୋଲା ଆକାଶ ତଳେ ଶିଶୁଙ୍କ ଖାଦ୍ୟ ରନ୍ଧା ଯାଉଛି । ଏଭଳି ନାନା ଅସୁବିଧା ଦେଇ ବ୍ଲକର ଅଙ୍ଗନବାଡିଗୁଡିକ ଚାଲିଥିବାରୁ ଅଭିଭାବକ ଓ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି । ସମସ୍ୟାଗୁଡିକର ସମାଧାନ କରି କେନ୍ଦ୍ରଗୁଡିକୁ ସ୍ୱାଭାବିକ ଭାବେ ଚଳାଇବାକୁ ଲୋକେ ଦାବି କରିଛନ୍ତି । ଅନ୍ୟପକ୍ଷରେ, ଠିକଣା ସମୟରେ କେନ୍ଦ୍ରଗୁଡିକର ନିର୍ମାଣ ଶେଷକରି ହସ୍ତାନ୍ତର କରାଗଲେ ଶିକ୍ଷାଦାନ ସହ ସ୍ୱାସ୍ଥ୍ୟ ପରାମର୍ଶ ଉତ୍ତମ ଭାବେ ଚାଲିପାରିବ ବୋଲି ସିଡିପିଓ ବିନୋଦିନୀ ପ;ନାୟକ କହିଛନ୍ତି ।


Comments are closed, but trackbacks and pingbacks are open.