କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନୋବେଲ ବିଜେତା ଅଭିଜିତ ବିନାୟକ ବାନାର୍ଜୀଙ୍କ ଦକ୍ଷିଣ କୋଲକାତାସ୍ଥିତ ବାସଭବନରେ ତାଙ୍କ ମା’ ନିର୍ମଳାଙ୍କୁ ଭେଟିଛନ୍ତି । ଅପରାହ୍ଣ ୫ଟା ବେଳେ ମମତା ବାଲିଗଞ୍ଜ ସର୍କୁଲାର ରୋଡସ୍ଥିତ ଆପାର୍ଟମେଣ୍ଟର ସପ୍ତମ ମହଲାରେ ଥିବା ଅଭିଜିତଙ୍କ ବାସଭବନରେ ପହଞ୍ଚିଥିଲେ । ମମତାଙ୍କୁ ନିଜେ ନିର୍ମଳା ସ୍ୱାଗତ କରିଥିଲେ । କିଛି ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିର୍ମଳାଙ୍କ ସହ ଆଲୋଚନା କରି ବିଦାୟ ନେଇଥିଲେ । ଏହି ସମୟରେ ଅଭିଜିତଙ୍କ ଅନ୍ୟାନ୍ୟ ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ସଚିବ ଅଳ୍ପନା ବନେ୍ଦାପାଧ୍ୟାୟ ଏବଂ ରାଷ୍ଟ୍ର ମନ୍ତ୍ରୀ ଇନ୍ଦ୍ରନିଲ ସେନ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ, ଅଳ୍ପନା ନୋବେଲ ବିଜେତା ଅଭିଜିତଙ୍କ ବ୍ୟାଚ୍ମେଟ୍ ଏବଂ ପ୍ରେସିଡେନ୍ସି କଲେଜରେ ଉଭୟ ଗୋଟିଏ ବ୍ୟାଚରେ ପଢ଼ୁଥିଲେ ।
Comments are closed, but trackbacks and pingbacks are open.