ନବରଙ୍ଗପୁର, (ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକ ଗୁମଣ୍ଡଲି ନାବାଳିକା ଗଣବଳାକ୍ରାର ଓ ହତ୍ୟା ଘଟଣାକୁ ନେଇ ବିଜେପି ତୀବ୍ର ନିନ୍ଦା କରିବା ସହ ରାଜ୍ୟସରକାରଙ୍କ ଉପରେ ବର୍ଷିଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଅନୁÂିତ ଏକ ସମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ଦଳୀୟ ନେତା ବଳଭଦ୍ର ମାଝୀ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ୨୦ ବର୍ଷ ଧରି ଶାସନରେ ରହିଥିବା ନବୀନ ପ;ନାୟକ ଗୃହ ବିଭାଗକୁ ମଧ୍ୟ ତାଙ୍କ ଅଧୀନରେ ରଖିଛନ୍ତି । ରାଜ୍ୟରେ ଦିନକୁ ଦିନ ବଳାକ୍ରାର, ହତ୍ୟା, ଚୋରି, ଲୁଟ୍ତରାଜ ବୃଦ୍ଧି ପାଉଥିବା ବେଳେ ପୁଲିସ୍ର ନଷ୍କ୍ରିୟତା ଯୋଗୁ ଅପରାଧୀ ବଳ ପାଉଛନ୍ତି । ରାଜ୍ୟର କୁନ୍ଦୁଲି, ପୁରୀ, ଯାଜପୁର ସହିତ ଏବେ ନବରଙ୍ଗପୁର ଜିଲ୍ଲାର ଗୁମଣ୍ଡିଲ ସାମିଲ ହୋଇଛି । ଜଣେ ନାବାଳିକାକୁ ଗଣବଳାକ୍ରାର କରି ହତ୍ୟା କରିବାକୁ ଅପରାଧୀଙ୍କୁ ସାହସ ମିଳିଛି । ଜିଲ୍ଲାର ରାଇଘର, ଚଣ୍ଡାହାଣ୍ଡିରେ ଅନ୍ର କିଲ୍ିଂକୁ ପୁଲିସ୍ ଚାପି ଦେଇଛି । ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି । ପୁଲିସ ନିକଟରୁ ଲୋକଙ୍କୁ ନ୍ୟାୟ ମିଳୁ ନାହିଁ । ଏହି ଘଟଣାର ନ୍ୟାୟିକ ତଦନ୍ତ କରିବା ସହିତ ତୁରନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟକରି ଫାଶୀଦଣ୍ଡ ଦେବାକୁ ଶ୍ରୀ ମାଝୀ ଦାବି କରିଛନ୍ତି । ଜିଲ୍ଲାରେ କାମଧନ୍ଦା ଅଭାବରୁ ନାବାଳିକାର ବାପା ଛତିଶଗଡକୁ ଦାଦନ ଖଟିବାକୁ ଯାଇଥିଲେ । ଯଦି ଗାଁଗଣ୍ଡାରେ ବସବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର କାମଧନ୍ଧା ଦେଇଥାନ୍ତେ ତେବେ ନାବାଳିକାର ବାପା ଦାଦନ ଖଟିବାକୁ ଛତିଶଗଡ ଯାଇ ନଥାନ୍ତେ ଓ ଏଭଳି ଘଟମା ଆଜି ଘଟି ନଥାନ୍ତା ବୋଲି ଶ୍ରୀ ମାଝୀ କହିଛନ୍ତି । ମୃତ ନାବାଳିକାର ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଛୁଆବର୍ଗ ସଭାପତି ମନୋଜ ମହାଙ୍କୁଡ, ଗୌରୀ ମାଝୀ, ସଞ୍ଜିବ ନନ୍ଦ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.