ଅମନ-ଆହାନା ଯୋଡ଼ି

Get real time updates directly on you device, subscribe now.

ଓଲିଉଡରେ ଆଉ ଏକ ନୂଆ ଯୋଡ଼ିଙ୍କ ଆବିର୍ଭାବ । ନାୟିକା ଆହାନାଙ୍କ ସହ ଯୋଡ଼ି ହୋଇଛନ୍ତି ନାୟକ ଅମନ । ପ୍ରଥମ ଥର ଉଭୟଙ୍କ ଅଭିନୀତ ନୂଆ ସିନେମା ‘ଓୟେ ଗୀଟାର୍- ଲଭ୍ ଅଫ୍ ପେନ୍ ଆଣ୍ଡ୍ ଷ୍ଟ୍ରିଙ୍ଗସ୍’ ଓଡ଼ିଆ ନୂଆବର୍ଷ ଅର୍ଥାତ୍ ଆସନ୍ତା ୧୪ ଏପ୍ରିଲ୍ ବୁଧବାର ସାରା ଓଡ଼ିଶାର ସିନେମା ହଲ୍ରେ ମୁକ୍ତିଲାଭ କରୁଛି । ଏହାର କାହାଣୀ ଓ ସଂଳାପ ରଚନା ସାଙ୍ଗକୁ ସଙ୍ଗୀତ, ଚିତ୍ରନାଟ୍ୟ ଓ ନିଦେ୍ର୍ଧଶନା ଭାର ସମ୍ଭାଳିଛନ୍ତି ଆପ୍ପୁ କାନୁନ୍ଗୋ । ସମ୍ପାଦନା କରିଛନ୍ତି ଚନ୍ଦ୍ରଶେଖର ମିଶ୍ର । ଡିଓପିରେ ଅଜିତ୍ ସହଯୋଗ କରିଛନ୍ତି । ଶ୍ରୀହାନ ସିନେକ୍ରିଏସନ୍ସର ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । ଦର୍ଶକ ସିନେମାରେ ଧ୍ରୁପଦ ଏବଂ ସଙ୍ଗୀତା ଚରିତ୍ରରେ ଅମନ-ଆହାନାଙ୍କୁ ଛାଡ଼ି ଓଲିଉଡର ବହୁ ଜଣାଶୁଣା ଚରିତ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ । କିନ୍ତୁ ସିନେମାର କାହାଣୀ କ’ଣ ତାହା ହଲ୍ ଆସି ଦେଖିବାକୁ ପ୍ରଯୋଜନା ସଂସ୍ଥା ନିବେଦନ କରିଛି । ବଡ଼ କଥା ହେଲା ଅମନ ଓ ଆହାନାଙ୍କ ଏହା ୪ର୍ଥ ସିନେମା । ‘କଥା ଦେଲି ମଥା ଛୁଇଁ’ ମାଧ୍ୟମରେ ଓଲିଉଡକୁ ପ୍ରବେଶ କରିଥିଲେ ଅମନ । ପରେ ‘ଛବିରାଣୀ’ ଓ ‘ଅନୁଦିଦି ନଟ୍ ଆଉଟ୍’ରେ ଅଭିନୟ କରିଥିଲେ । ସେହିପରି ଆହାନା ‘ଭୈରବ’ ମାଧ୍ୟମରେ ଓଲିଉଡରେ ଯାତ୍ରା ଆରମ୍ଭ କରି ପରେ ‘ବ୍ଲାକ୍ମେଲ୍’ ଓ ‘ଜଙ୍ଗଲ’ରେ ଅଭିନୟ କରିଥିଲେ । କିନ୍ତୁ ‘ଜଙ୍ଗଲ’ ଏ ପର୍ଯ୍ୟନ୍ତ ମୁକ୍ତିଲାଭ କରିନାହିଁ । ଯାହା ବି ହେଉ ଦୁହେଁ ଆସୁଥିବା ସିନେମାକୁ ନେଇ ବହୁତ ଖୁସି ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons