ବାଙ୍କୀ,(ବି.ବି.ନୁ୍ୟଜ୍): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ରହିବା ପାଇଁ ପଞ୍ଚାୟତରେ କ୍ୱାରେଣ୍ଟାଇନ୍ ସେଣ୍ଟର କରାଯାଇଛି । ହେଲେ କିଛି ଅମାନିଆ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନଯାଇ ଘରକୁ ପଳାଉଥିବା ଅଭିଯୋଗ ହୋଇଛି । ଏମିତିକି ସେମାନେ ପରିବାର ଲୋକଙ୍କ ସହ ମିଳାମିଶା କରିବା ସହ ଗାଁରେ ବୁଲାବୁଲି କରୁଛନ୍ତି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ବ୍ଲକର କାଲିପୋଇ ପଞ୍ଚାୟତରୁ । ଏହି ପଞ୍ଚାୟତର ଉଆସପଲ୍ଲୀ ଗାଁର ଦୁଇ ଜଣ ଯୁବକ ଦୁଇ ଦିନ ତଳେ କୋଲକାତା ଓ ହାଇଦ୍ରାବାଦରୁ ଫେରିଥିଲେ । ହେଲେ ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ନ ରହି ସିଧା ଘରକୁ ପଳାଇଥିଲେ । ଏନେଇ ସରପଞ୍ଚ ସୁବାସ ଚନ୍ଦ୍ର ସ୍ୱାଇଁ ଜାଣିବା ପରେ ସେମାନଙ୍କୁ ଯାଇ ତାଗିଦ୍ କରିଥିଲେ । ଏହା ସହ ସେମାନଙ୍କ ବିରୋଦରେ ବାଙ୍କୀ ବୈଦେଶ୍ୱର ଥାନାରେ ଜଣାଇଥିଲେ । ଏହାପରେ ପୋଲିସ ସେମାନଙ୍କୁ ଆଣି ଶନିବାର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିଛି । ତେବେ କରୋନା ସଂକ୍ରମଣ ଆଶଙ୍କାରେ କାଲିପୋଲ ସରପଞ୍ଚ ଉଆସପଲ୍ଲୀ ଗାଁକୁ ୪୮ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଶଟ୍ଡାଉନ୍ ୧୮ ତାରିଖ ଯାଏ ବଳବତ୍ତର ରହିବ ।
Comments are closed, but trackbacks and pingbacks are open.