ଅମିତାଭଙ୍କୁ ମିଳିଲା ଦାଦାସାହେବ ଫାଲ୍କେ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ରବିବାର ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନଙ୍କ ସହ ଅମିତାଭ ପୁରସ୍କାର ଉତ୍ସବକୁ ଆସିଥିଲେ । ଅସୁସ୍ଥ ହେତୁ ୭୭ ବର୍ଷୀୟ ଅମିତାଭ ଗତ ୨୩ ତାରିଖରେ ଅନୁÂିତ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଯୋଗଦେଇପାରି ନଥିଲେ । ଗତ ସେପ୍ଟେମ୍ବରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ୨୦୧୮ ବର୍ଷ ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାର ଲାଗି ଅମିତାଭଙ୍କ ନାମ ଘୋଷଣା କରିଥିଲେ । ଦୁଇ ପିଢ଼ି ଧରି ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।
ନିଜ ପ୍ରତିକ୍ରିୟାରେ ଅମିତାଭ କହିଲେ, ଭାରତୀୟ ଜନତାଙ୍କ ସ୍ନେହ ଓ ପ୍ରୋତ୍ସାହନ ଯୋଗୁ ଆଜି ସେ ଏହି ସ୍ଥାନରେ ପହଞ୍ଚô ପାରିଛନ୍ତି । ସେ ଭାରତ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଚୟନ କମିଟି ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । କହିଛନ୍ତି ୫୦ ବର୍ଷ ତଳେ ୧୯୬୯ ମସିହାରେ ଏହି ପୁରସ୍କାର ପ୍ରତିÂା କରାଯାଇଥିଲା । ତାଙ୍କୁ ମଧ୍ୟ ଏତେ ବର୍ଷ ହେଲା ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି । ଏହି ପୁରସ୍କାର ଯେତେବେଳେ ଘୋଷଣା ହେଲା ସେ ଭାବିଲେ ତାଙ୍କର କାମ ସରିଗଲା । ଏବେ ଘରେ ବିଶ୍ରାମ ନେବାର ବେଳ ଆସିଲା । କିନ୍ତୁ ତାହା ଆଦୌ ନୁହେଁ । ତାଙ୍କର ବହୁତ କାମ ବାକି ରହିଛି ଏବଂ ଆଗକୁ ତାଙ୍କୁ ଆହୁରି ବହୁତ କାମ ମିଳିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons