ଅମିତ ଶାହଙ୍କ ବୟାନ:ଧାରା ୩୭୦ ହଟାଯିବା ଯୋଗୁ ଆତଙ୍କର ଅନ୍ତ ହେବ

Get real time updates directly on you device, subscribe now.

ଚେନ୍ନାଇ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ଯୋଗୁ ସେଠାରେ ଆତଙ୍କବାଦର ଅନ୍ତ ଘଟିବ ଏବଂ ଲୋକଙ୍କ ଜୀବନଧାରଣର ମାନ ବଢ଼ିବ । ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ଦ୍ୱାରା ରଚିତ ଏକ ପୁସ୍ତକର ଉନ୍ମୋଚନ ପାଇଁ ଚେନ୍ନାଇରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶାହ କହିଥିଲେ କି ଏହାଦ୍ୱାରା ଜମ୍ମୁ-କାଶ୍ମୀରର ସାମଗ୍ରିକ ବିକାଶ ହେବ ।
ଶାହ ସୂଚନା ଦେଇଥିଲେ କି ରାଜ୍ୟସଭାରେ ଏନଡିଏର ସଂଖ୍ୟାଗରିଷ୍ଠତା ନଥିବାରୁ ସେ ପ୍ରଥମେ ଏ ସମ୍ପର୍କିତ ବିଲ୍କୁ ରାଜ୍ୟସଭାରେ ଆଗତ କରାଯିବାକୁ କୁଣ୍ଠାବୋଧ କରୁଥିଲେ । ଏମିତିକି ବିଲ୍ ଆଗତ କରିବା ଦିନ ବି ଏହା ପାସ୍ ହେବ ବୋଲି ସେ ନିଶ୍ଚିତ ନଥିଲେ । ମାତ୍ର ଅଧିକାଂଶ ଦଳର ସାଂସଦ ଏହାକୁ ସମର୍ଥନ କରିବାରୁ ବିଲ୍ଟି ପାସ୍ ହୋଇଥିଲା । ସେ ବିଧାୟକ ଥିଲାବେଳେ ଧାରା ୩୭୦କୁ ହଟାଯିବା ପାଇଁ ଦାବି କରୁଥିଲେ । ଆଉ ଏବେ ସେ ନିଜେ ହିଁ ଏହାକୁ ହଟାଇବାକୁ ବିଲ୍ ଆଗତ କରିଥିଲେ । ଉପରାଷ୍ଟ୍ରପତି ନାଇଡୁ ବି ଜଣେ ଛାତ୍ର ନେତା ଭାବେ ଏହି ଧାରାକୁ ବିରୋଧ କରୁଥିଲେ । ଏବେ ସେ ରାଜ୍ୟସଭାର ଅଧ୍ୟକ୍ଷ ଥିବା ସମୟରେ ଏ ସମ୍ପର୍କିତ ବିଲ୍ ପାସ୍ ହୋଇଛି । ପରେ ଉପରାଷ୍ଟ୍ରପତି ନାଇଡୁ ବି ଅନୁରୂପ ବୟାନ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons