ଅମ୍ଫାନ୍ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଓଡ଼ିଶାରେ ଅମ୍ଫାନ୍ କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି (ଶୁକ୍ରବାର) ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଗତକାଲି ୫ ଜଣିଆ ଟିମ୍ ଆସିଥିବା ବେଳେ ପୂର୍ବରୁ ୨ ଜଣ ଆସିଥିଳେ । ପ୍ରଭାବିତ ଅଞ୍ଚଳ ଗସ୍ତ କରି ଟିମ୍ କେନ୍ଦ୍ରକୁ ରିପୋର୍ଟ ଦେବ । ଆଜି (ଶୁକ୍ରବାର) ଗୋଟିଏ ଟିମ୍ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ବାଲେଶ୍ୱର ଯାଇଛି । ଆସନ୍ତାକାଲି ଗୋଟିଏ ଟିମ୍ ଭଦ୍ରକ ଓ ଦ୍ୱିତୀୟ ଟିମ୍ ଜଗତସିଂହପୁର ଯିବ । ଦୁଇ ଦିନ ଧରି ଅମ୍ଫାନ କ୍ଷୟକ୍ଷତି ଆକଳନ ପରେ ଏହି ଟିମ୍ କେନ୍ଦ୍ରକୁ ରିପୋର୍ଟ ଦେବ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବାତ୍ୟା ପ୍ରଭାବିତ ଅଞ୍ଚଳ ଏରିଏଲ୍ ସର୍ଭେ କରିବା ସହ ୫ଶହ କୋଟିର ଆଗୁଆ ସହାୟତା ପ୍ରଦାନ କରିଛନ୍ତି । ଗତ ମେ ୨୦ରେ ଅମ୍ଫାନ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons