ଭୁବନେଶ୍ୱରÿ,(ବି.ବି.ବୁ୍ୟରୋ୍): ପାରାଦୀପଠାରୁ ଦକ୍ଷିଣରେ ୯୯୦ କି.ମି. ଦୂରରେ ଥିବା ବାତ୍ୟା ‘ଅମ୍ଫାନ୍’ ୨୦ ତାରିଖ ଅଅପରାହ୍ନରେ ଲକ୍ଷ୍ମଣଫଲ୍ ପରେ ଭୟଙ୍କର ରୂପ ନେବ । ୧୮ ତାରିଖ ରାତିରୁ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ । ଫଳରେ ବର୍ଷା ଓ ପବନର ବେଗ ବଢ଼ିବ । ହେଲେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା । ସେ ଆହୁରି କହିଛନ୍ତି , ଅମ୍ଫାନ୍ ପ୍ରଭାବରେ ୧୮ ତାରିଖ ରାତିରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ର୍ବୋ ହେବ । ୧୯ ତାରିଖ ଅପରାହ୍ନରୁ ଉତ୍ତରପୂର୍ବ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହି ସମୟରେ ଉତ୍ତର ଉପକୂଳରେ ୭୫ ରୁ ୮୫ କି.ମି. ବେଗରେ ପବନ ବହିବ । ସମ୍ଭାବ୍ୟ ବାତ୍ୟା ନେଇ ୧୨ଟି ଜିଲ୍ଲାକୁ ଆଲଟ୍ କରାଯାଇଥିବା କହିଛନ୍ତି ଏସ୍ଆରସି । ଜଗତସିହଂପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ଏହାର ପ୍ରଭାବ ରହିବା ଅଧିକ ତଥ୍ୟ ଆସିଲେ ଉଦ୍ଧାର ଲାଗି ବ୍ୟବସ୍ଥା କରାଯିବ । ଉଦ୍ଧାର ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଯଦି ଆବଶ୍ୟକ ପଡେ଼ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସିଭିୟର ସାଇକ୍ଲୋନିକ୍ ଷ୍ଟେ୍ରମ୍ରେ ପରିଣତ ହୋଇଥିବା ବାତ୍ୟା ଅମ୍ଫାନ୍ ପଶ୍ଚିମବଙ୍ଗ ଓ ବାଂଲାଦେଶର ସାଗର ଓ ହାଟିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଶେଷ ୬ ଘଣ୍ଟାରେ ଏହା ୩କି.ମି. ବେଗରେ ଗତି କରୁଛି । ୨୦ ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ ପରେ ଏହା ଭୟଙ୍କର ରୂପନେବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି ।
Comments are closed, but trackbacks and pingbacks are open.