ହାଇଦ୍ରାବାଦ: ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଏଆଇଏମ୍ଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ପ୍ରଶ୍ନ ଉଠାଇଛନ୍ତି। ଓଓ୍ବେସୀ କହିଛନ୍ତି, ମୁସଲିମ ପର୍ସନଲ ଲ ବୋର୍ଡ ଭଳି ଆମେ ମଧ୍ୟ ରାୟ ଉପରେ ସହମତ ନୁହେଁ। ସୁପ୍ରିମକୋର୍ଟ ଦ୍ବାରା ମଧ୍ୟ ଭୁଲ ହୋଇପାରେ, ଯେଉଁମାନେ ବାବ୍ରି ସମଜିଦକୁ ଭାଙ୍ଗିଛନ୍ତି, ତାଙ୍କୁ ଟ୍ରଷ୍ଟି କରି ରାମ ମନ୍ଦିର ତିଆରି କରିବାର କାମ ଦେଇଛନ୍ତି।ମସ୍ଜିଦ୍ ପାଇଁ ଦାନରେ ୫ ଏକର ଜମି ଆମକୁ ଦରକାର ନାହିଁ। ଯଦି ମସଜିଦ ସେଠାରେ ରହିଥାନ୍ତା ତେବେ ସୁପ୍ରିମକୋର୍ଟ କ’ଣ ନିଷ୍ପତ୍ତି ନେଇଥାନ୍ତେ। ଏହା ଆଇନ ବିରୋଧୀ। ବାବ୍ରି ମସଜିଦ ଭାଙ୍ଗିନଥିଲେ ରାୟ କ’ଣ ଆସିଥାନ୍ତା?
କେବଳ ସେତିକି ନୁହେଁ ଓଓ୍ବେସୀ ଆହୁରି କହିଛନ୍ତି, ଆମକୁ ଭାରତର ସମ୍ବିଧାନ ଉପର ଭରସା ରହିଛି। ଆମେ ଆମର ଅଧିକାର ପାଇଁ ଲଢୁଛୁ। ୫ ଏକର ଜମି ଆମକୁ ଦାନରେ ଦରକାର ନାହିଁ। ମୁସଲମାନମାନେ ଗରିବ, କିନ୍ତୁ ମସଜିଦ୍ ତିଆରି କରିବାକୁ ଆମେ ଟଙ୍କା ଏକାଠି କରିପାରିବୁ। ଆମକୁ ୫ ଏକର ଜମିକୁ ନେବା ଉଚିତ୍ ନୁହେଁ। ଏବେ ଏହି ଦେଶ କେବଳ ହିନ୍ଦୁରାଷ୍ଟ୍ରର ରାସ୍ତାରେ ଚାଲିଛି।
ଓଓ୍ବେସିଙ୍କ କହିବା ଅନୁସାରେ, ଆରଏସଏସ ଏହାକୁ ଅଯୋଧ୍ୟାରୁ ଆରମ୍ଭ କରିଛି ଓ ଏନଆରସି, ସିଟିଜେନ୍ ବିଲରେ ଏହା ପୂରଣ ଶେଷ କରାଯିବ। ଆରଏସଏସ ଓ କଂଗ୍ରେସର ଷଡଯନ୍ତ୍ର ପାଇଁ ବାବ୍ରି ମସଜିଦ ବିଧ୍ବଂସ କରାଯାଇଥିଲା ଓ ସୁପ୍ରିମକୋର୍ଟଙ୍କୁ ଧୋକା ଦିଆଗଲା। ମସଜିଦ ଉପରେ କୌଣସି ପ୍ରକାର ବୁଝାମଣା ହୋଇପାରିବ ନାହିଁ। ମୁଁ ନିଜର ଘର ପାଇଁ ବୁଝାମଣା କରିପାରେ କିନ୍ତୁ ମସଜିଦର ଜମି ଉପରେ କୌଣସି ପ୍ରକାର ବୁଝାମଣା କରିବାକୁ ଚାହେଁନି।ରାୟ ବିରୋଧରେ ନିଜର ମତାମତ ଦେବା ପରେ ଓଓ୍ବେସୀ ଟ୍ବିଟରରେ ଏକ ବହିର କଭର ପେଜ୍ ଫଟୋ ସେୟାର କରିଛନ୍ତି। ଅକ୍ସଫୋର୍ଡ ଇଣ୍ଡିରୁ ଛପା ଯାଇଥିବା ଏହି ବହିର ନାମ‘ ସୁପ୍ରିମ ବଟ୍ ନଟ୍ ଇନଫାଲେବଲ୍’, ଯାହାର ଅର୍ଥ ‘ଶୀର୍ଷ କିନ୍ତୁ ଠିକ୍ ନୁହେଁ‘। ଏହି ବହି ସୁପ୍ରିମକୋର୍ଟଙ୍କ ସମ୍ପର୍କିତ ଏକ ନିବନ୍ଧ।


Comments are closed, but trackbacks and pingbacks are open.