ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନ ବିଚଳିତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଶନିବାର ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ପରେ ପାକିସ୍ତାନ ପୁଣିଥରେ ହୋଇଛି ବିଚଳିତ। ରେଡିଓ ପାକିସ୍ତାନରେ ଲଗାତାର ଭାବରେ ଅଯୋଧ୍ୟା ମାମଲାକୁ ନେଇ ବୁଲେଟିନ୍ ଜାରି ରହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବତନ୍ତ୍ର ସହାୟକ (ସୂଚନା ଏବଂ ପ୍ରସାରଣ) ଡା. ଫିରଦୋସ୍ ଆଶିକ ଅବାନଙ୍କ ଟ୍ବିଟର ହ୍ୟାଣ୍ଡେଲ ଓ ବୈଦେଶିକ ମନ୍ତ୍ରୀ ଏସଏମ କ୍ୟୁରେସୀଙ୍କ ଫଟୋ ଲଗାଇ ସୁପ୍ରିମକୋର୍ଟଙ୍କ ରାୟକୁ ନିନ୍ଦା କରାଯାଉଛି। ଅନ୍ୟପକ୍ଷେ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ ସୁପ୍ରିମକୋର୍ଟ ଦେଇଥିବା ରାୟର ଟାଇମିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେଉଁ ଦିନ କରତାରପୁର କରିଡର ଉଦଘାଟନ ହୋଇଛି, ସେହି ଦିନ ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ପାଇଲା। ଏଭଳି ଖୁସିର ମୁହୁର୍ତ୍ତରେଏକ ସମ୍ବେଦନହୀନ ରାୟ ଖୁବ୍ ଦୁଃଖ ଦେଇଛି।
କେବଳ ସେତିକି ନୁହେଁ ରେଡିଓ ପାକିସ୍ତାନ ଏହି ସମ୍ବାଦ ମଧ୍ୟ ପରିବେଷଣ କରୁଛି ଯେ, ପାକିସ୍ତାନ କରତାରପୁରକୁ ଆସୁଥିବା ଲୋକଙ୍କୁ ସୁରକ୍ଷା ଗ୍ୟାରେଣ୍ଟି ଦେଇଛି, କିନ୍ତୁ ଭାରତ ନିଜ ଦେଶରେ ସଂଖ୍ୟାଲଘୁଙ୍କୁ ଦବାଇ ରଖିବାକୁ ଚେଷ୍ଟା କରୁଛି। ରେଡିଓ ପାକିସ୍ତାନ ଟ୍ବିଟ୍ କରି ଲେଖିଛି, ୧୯୯୨ରେ ବାବ୍ରି ମସଜିଦକୁ ଭଙ୍ଗା ଯାଇଥିଲା। ୪୬୦ ବର୍ଷ ପୁରୁଣା ଏହି ମସଜିଦକୁ ହିନ୍ଦୁମାନେ ଏକାଠି ହୋଇ ଭାଙ୍ଗିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ଧର୍ମନିରପେକ୍ଷ ଚେହେରା ଉପରେ ଏକ ଦାଗ ସମାନ। ଏହି ରାୟ ମୋଦି ସରକାରଙ୍କ ନୀତି ଭଳି ରହିଛି। ଭାରତରେ ମୁସଲମାନମାନେ ପୂର୍ବରୁ ଚାପରେ ରହିଛନ୍ତି, ଏବେ କୋର୍ଟଙ୍କ ରାୟ ତାଙ୍କ ଉପରେ ଆହୁରି ଚାପ ପକାଇଛି ବୋଲି ଅଭିଯୋଗ କରିଛି । କେବଳ ରେଡିଓ ପାକିସ୍ତାନ ନୁହେଁ, ବଂର ପାକିସ୍ତାନର ବହୁ ନେତା ମଧ୍ୟ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons