ଅଯୋଧ୍ୟା ରାୟ ଉପରେ ପୁନଃବିଚାର ଆବେଦନ କରିବନି ସୁନ୍ନି ଓ୍ବାକଫ୍ ବୋର୍ଡ

Get real time updates directly on you device, subscribe now.

ଲ​କ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ବାଗତ କରିଛନ୍ତି ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଜାଫର ଅହମ୍ମଦ ଫାରୁକି। ସେ ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ରାୟକୁ ସ୍ୱାଗତ କରିଛନ୍ତି। ଏହା ସହିତ କହିଛନ୍ତି, ଆମେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଆବେଦନ କରିବା ଯୋଜନାରେ ନାହୁଁ।ଏବେ ବର୍ତ୍ତମାନ ସମ୍ପୂର୍ଣ୍ଣ ରାୟକୁ ଭଲ ଭାବରେ ପଢାଯାଉଛି। ପରେ ଆମେ ଏ ସମ୍ପର୍କରେ ଆମେ ବିସ୍ତୃତ ସୂଚନା ଦେବୁ।
କେବଳ​‌​‌ ସେତିକି ନୁହେଁ ଅଧ୍ୟକ୍ଷ ଜାଫର ଅହମ୍ମଦ ଫାରୁକି କହିଛନ୍ତି, ମୁଁ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଭାବରେ ସ୍ପଷ୍ଟ କରିଦେବକୁ ଚାହେଁ ଯେ, ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡ କୌଣସି ପୁନଃବିଚାର ଆବେଦନ କରିବ ନାହିଁ। ଯଦି ଏ ବିଷୟରେ କୌଣସି ବ୍ୟକ୍ତି , ଓକିଲ କିମ୍ବା କୌଣସି ସଂଗଠନ ପୁଃନ ଆବେଦନ କରିବା ନେଇ କହୁଛନ୍ତି ତେବେ ତାହା ଆମର ମତ ନୁହେଁ। ଉଲ୍ଲେଖନୀୟ ଯେ, ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପରେ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଓକିଲ ଜାଫରୟାବ୍‌ ଜିଲାନୀ କହିଥିଲେ, କୋର୍ଟଙ୍କ ରାୟରେ ଆମେ ସନ୍ତୁଷ୍ଟ ନୁହେଁ, ରିଭ୍ୟୁ ଆବେଦନ କଥା ଚିନ୍ତା କରିବୁ। ତେବେ ପରେ ସେ ସ୍ପଷ୍ଟୀକରଣ ଦେଇ ସେ କହିଥିଲେ ସୁନ୍ନି ୱାକ୍‌ଫ ବୋର୍ଡର ଓକିଲ ଭାବେ ନୁହେଁ ବଂର ସେ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡର ସମ୍ପାଦକ ତାଙ୍କର ବ୍ୟକ୍ତିଗତ ମତ ଦେଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons