ଅଯୋଧ୍ୟା ମାମଲା:ମନ୍ଦିରର ଅବସ୍ଥିତି ଉପରେ ଶୁଣାଣି ଜାରି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ ଜମି ବିବାଦ ମାମଲାର ଆଜି ପଞ୍ଚମ ଦିନ ଲାଗି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ଆଜିର ଶୁଣାଣି ବେଳେ ସୁପ୍ରିମକୋର୍ଟ ରାମଲାଲାଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ ସି.ଏସ୍. ବୈଦ୍ୟନାଥନଙ୍କ ଠାରୁ ଜାଣିବାକୁ ଚାହିଁଥିଲେ ଯେ ବାବ୍ରି ମସ୍ଜିଦ ନିର୍ମାଣ କରାଯିବା ପୂର୍ବରୁ ସେଠାରେ ମନ୍ଦିର ଥିଲା ନା ନାହିଁ । ଜବାବରେ ବୈଦ୍ୟନାଥନ ଦର୍ଶାଇଥିଲେ କି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ବେଳେ ୩ ଜଣିଆ ଖଣ୍ଡପୀଠ ବିବାଦୀୟ ସ୍ଥଳରେ ମନ୍ଦିର ଥିଲା ବୋଲି ମତ ଦେଇଥିଲେ । ହାଇକୋର୍ଟ ବିଚାରପତି ଏସ୍.ୟୁ ଖାନ୍ କହିଥିଲେ କି ସେଠାରେ ମନ୍ଦିରକୁ ଭଙ୍ଗାଯାଇ ମସ୍ଜିଦ ନିର୍ମାଣ କରାଯାଇଛି । ସେହିଭଳି ମୋଗଲ ଶାସକ ବାବର ଏହି ମସ୍ଜିଦ ନିର୍ମାଣ କରିଥିଲେ ବୋଲି ତାହାର ପ୍ରମାଣ ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ । ଗତ ଶୁକ୍ରବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଥିଲେ କି ଅଯୋଧ୍ୟାରେ ବର୍ତ୍ତମାନ ଭଗବାନ ରାମଙ୍କର କେହି ବଂଶଧର ଅଛନ୍ତି ନା ନାହିଁ । ୨.୭୭ ଏକର ବିଶିଷ୍ଟ ଏହି ବିବାଦୀୟ ଜମିକୁ ରାମଲାଲା, ନିର୍ମୋହୀ ଆଖଡା ଓ ସୁନି ୱାକଫ ବୋର୍ଡକୁ ସମାନ ୩ ଭାଗରେ ବାଣ୍ଟିଦେବା ଲାଗି ହାଇକୋର୍ଟ ୨୦୧୦ରେ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟରେ ୧୪ଟି ଆବେଦନ ଦାୟର କରାଯାଇଥିଲା । ଏସବୁର ଏକାଠି ଶୁଣାଣି କରାଯାଉଛି । ୧୯୯୨ ଡିସେମ୍ବର ୬ରେ ବାବ୍ରି ମସ୍ଜିଦକୁ ଭାଙ୍ଗିଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons