ଅଯୋଧ୍ୟା ରାୟକୁ ସ୍ୱାଗତ କଲେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଏହା କୌଣସି ସଂପ୍ରଦାୟର ବିଜୟ ନୁହେଁ ବରଂ ଦେଶର ନ୍ୟାୟିକ ପ୍ରକ୍ରିୟା, ଏକତା, ଅଖଣ୍ଡତା ଓ ଧର୍ମନିରପେକ୍ଷତାର ବିଜୟ ବୋଲି ସେ କହିଛନ୍ତି ।
ଏହି ଐତିହାସିକ ରାୟ ମାଧ୍ୟମରେ ଭାରତର ସାମାଜିକ ଏକତା ଓ ସଦ୍ଭାବନାକୁ ବଜାୟ ରଖିବାକୁ ପ୍ରୟାସ କରିଥିବାରୁ ଧର୍ମେନ୍ଦ୍ର ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିଶାଳ ହୃଦୟର ସହ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି । ପରସ୍ପର ଭିତରେ ସୌହାର୍ଦ୍ଧ୍ୟ ଓ ସଦ୍ଭାବନା ବଜାୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons