ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁପ୍ରିମ୍ କୋର୍ଟ ପକ୍ଷରୁ ଅଯୋଧ୍ୟା ରାୟ ପ୍ରକାଶ ପରେ ଦେଶର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଖାଲି ସେତିକି ନୁହେଁ ଅଯୋଧ୍ୟା ରାୟକୁ ନେଇ ଯଦି କୌଣସି ବ୍ୟକ୍ତି ସୋସିଆଲ୍ ମିଡିଆରେ କିଛି ଆପତ୍ତିଜନକ ପୋଷ୍ଟ କରିବେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପୁଲିସ୍ କମିଶନରଙ୍କ ମୁଖ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଡିଜିପି ବିଜୟ କୁମାର ଶର୍ମା ।
ଡିଜିପି ଶ୍ରୀ ଶର୍ମା କହିଛନ୍ତି, ଅଯୋଧ୍ୟା ରାୟର ପରିପ୍ରେକ୍ଷୀରେ ଓଡ଼ିଶାରେ ଶାନ୍ତିଶୃଙ୍ଖଳା ଏବଂ ସାମ୍ପ୍ରଦାୟିକ ସଦ୍ଭାବ ବାଜାୟ ରଖିବା ପାଇଁ ଓଡିଶା ପୁଲିସ୍ ପକ୍ଷରୁ ପର୍ଯ୍ୟାପ୍ତ ବନେ୍ଦାବସ୍ତ କରାଯାଇଛି । ଶ୍ରୀ ଶର୍ମା କହିଛନ୍ତି, ଏହାର ପ୍ରସ୍ତୁତି କିଛି ଦିନ ପୂର୍ବରୁ ଆରମ୍ଭ କରି ଦେଇଥିଲୁ । ବର୍ତ୍ତମାନ ପ୍ରତ୍ୟେକ ସମ୍ବେଦେନଶୀଳ ଜିଲ୍ଳାରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଳା ଏସ୍ପି ମାନେ ନିଜେ ଏହାର ତଦାରଖ କରୁଛନ୍ତି । ଏଥିଲାଗି କମୁ୍ୟନିଟି ଲିଡର ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ ପୂର୍ବରୁ ଯୋଗାଯୋଗ କରା ଯାଇଥିଲା । କେମିତି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ପାରିବ ସେ ବିଷୟରେ ଆମେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅବଗତ କରିବା ସହ ଆଲୋଚନା ମଧ୍ୟ କରିଥିଲୁ । ବିଭିନ୍ନ ସ୍ଥାନରେ ମୋବାଇଲ୍ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଶାନ୍ତପୂର୍ଣ୍ଣ ରହିଛି । କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ପୁଲିସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ତା’ଛଡା ସୋସିଆଲ୍ ମିଡିଆ ଉପରେ ଓଡ଼ିଶା ପୁଲିସ୍ର ନଜର ରହିଛି । ଯଦି କୌଣସି ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ପୂର୍ବ ରେକର୍ଡକୁ ଦୃଷ୍ଟିରେ ରଖି କଟକ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜିଲ୍ଳା ଉପରେ ଅଧିକ ନଜର ରଖାଯାଇଛି । ଆଇନଶୃଙ୍ଖଳା ଏଡିଜି ଆର.ପି କୋଚେ ରେଞ୍ଜ ଡିଆଇଜି ଓ ଏସ୍ପିମାନଙ୍କ ସହ ଆଲୋଚନା କରିଛନ୍ତି । ଏଡିଜି ଶ୍ରୀ କୋଚେ କହିଛନ୍ତି, ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ନିଦେ୍ର୍ଧଶ ଦିଆଯାଇ ନାହିଁ । ଆମ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।


Comments are closed, but trackbacks and pingbacks are open.