ଅରୁଣ ଜେଟଲୀଙ୍କ ପରିବାର ସମ୍ପର୍କରେ

Get real time updates directly on you device, subscribe now.

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାରରେ ଦିଲ୍ଲୀସ୍ଥିତ ଏମସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ ଭାରତର ଜଣେ ପ୍ରମୁଖ ରାଜନେତାଙ୍କ ମଧ୍ୟରୁ ଅନ୍ୟତମ । ସେ ଭାରତୀୟ ରାଜନୀତୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ପିତାଙ୍କ ନାମ ମହାରାଜ କିଶାନ ଜେଟଲୀ, ସେ ଜଣେ ଆଇନଜୀବୀ ଥିଲେ । ମାଆଙ୍କ ନାମ ରତ୍ନପ୍ରଭା ଜେଟଲୀ ।ଦିଲ୍ଲୀର ସେଣ୍ଟ ଜାଭିୟର ବିଦ୍ୟାଳୟରେ ତାଙ୍କର ପାଠ ପଢା ଆରମ୍ଭ ହୋଇଥିଲା । ଏହାପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀରାମ କଲେଜ ଅଫ୍‌ କମର୍ସରେ ନିଜର ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ଦିଲ୍ଲୀ ଆଇନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ଅରୁଣ ଜେଟଲୀଙ୍କ ପତ୍ନୀଙ୍କ ନାମ ସଙ୍ଗୀତା ଜେଟଲୀ । ତାଙ୍କର ବିବାହ ୧୯୮୨ ମସିହାରେ ହୋଇଥିଲା । ଅରୁଣ ଜେଟଲୀଙ୍କର ଦୁଇ ଜଣ ସନ୍ତାନ ରହିଛି । ଗୋଟିଏ ପୁଅ ଓ ଗୋଟିଏ ଝିଏ । ଅରୁଣ ଜେଟଲୀଙ୍କ ପୁଅର ନାମ ରୋହନ ଓ ଝିଅର ନାମ ସୋନାଲୀ । ତାଙ୍କର ଦୁଇ ଜଣ ପୁଅ ଝିଅ ବି ଆଇନଜୀବୀ । ପରିବାରର ତୃତୀୟପିଢୀ ଆଇନଜୀବୀ ବା ଓକିଲ ।

ଅରୁଣ ଜେଟଲୀଙ୍କ ଝିଅ ସୋନାଲୀଙ୍କର ୨୦୧୫ରେ ହୋଇଥିବା ବିବାହ ଉତ୍ସବକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ତାଙ୍କର ବିବାହ ଆଇନଜୀବୀ ତଥା ବ୍ୟବସାୟୀ ଜୟେଶ ବକ୍ସିଙ୍କ ସହ ହୋଇଥିଲା । ସୋନାଲୀଙ୍କ ବିବାହରେ ଶାହାରୁଖ ଖାନ୍‌ଙ୍କ ସହ ଅନେକ ସିନେମା ତାରକା ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons