ନିଜର ଦମ୍ଦାର୍ ଅଭିନୟ ଯୋଗୁ ବଲିଉଡ୍ରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ମେଗାଷ୍ଟର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ । ତେବେ ଅନେକ ହୁଏତ ଜାଣିନଥିବେ ଯେ ଷ୍ଟାରକିଡ୍ ହୋଇଥିଲେ ବି ଫିଲ୍ମ ଜଗତରେ ତାଙ୍କର ପ୍ରବେଶ କିଛି ସହଜ ନଥିଲା । ୨୦୦୦ ମସିହାରେ ‘ରିଫୁ୍ୟଜି’ ମାଧ୍ୟମରେ କରୀନାଙ୍କ ସହ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ ଅଭିଷେକ । ଏହି ଡେବୁ୍ୟ ପୂର୍ବରୁ ସେ କିନ୍ତୁ ଏମିତି କିଛି କାମ କରୁଥିଲେ ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।
ନିଜର ପ୍ରଥମ ଫିଲ୍ମ କରିବା ପୂର୍ବରୁ ଅଭିଷେକ ୨ ବର୍ଷ ଧରି ଫିଲ୍ମ ପ୍ରଡକ୍ସନ୍ ଟିମ୍ରେ କାମ କରିଥିଲେ । ସେହି ସମୟରେ ସେ ଚା’ ତିଆରି କରିବା, ଷ୍ଟୁଡ଼ିଓର ଚଟାଣ ସଫା କାମ କରୁଥିଲେ । ଏପରିକି କିଛି ଦିନ ଧରି ଅଭିନେତା ଅର୍ଶଦ୍ ୱାର୍ସିଙ୍କର ଡ୍ରାଇଭର ଭାବେ ବି କାମ କରିଥିଲେ । ଅନ୍ୟପଟେ ଡେବୁ୍ୟ ପରେ ବି କିଛି ଦିନ ଯାଏ ତାଙ୍କୁ ସଫଳତା ମିଳି ନଥିଲା । ବେଶ୍ କିଛି ବର୍ଷ ପରେ ‘ଯୁବା’, ‘ଧୁମ୍’ ଭଳି ଫିଲ୍ମରେ ଅଭିଷେକଙ୍କ ଭୂମିକାକୁ ପ୍ରଶଂସା ମିଳିଥିଲା । ତା’ ପରେ ‘ ଗୁରୁ’, ‘ବଣ୍ଟି ଔର ବବ୍ଲି’, ‘ଦୋସ୍ତାନା’, ‘ପା’ ଭଳି ସଫଳ ଫିଲ୍ମରେ ଅଭିନୟ କରିଥିଲେ ସେ । ନିଜର ଏହି ସଂଘର୍ଷ ସଂପର୍କରେ ଅଭିଷେକ କହିଛନ୍ତି, ସେଥିରୁ ମୋତେ ବହୁତ କିଛି ଶିଖିବାକୁ ମିଳିଛି । ତା’ ଦ୍ୱାରା ଜୀବନକୁ ମୁଁ ଖୁବ୍ ନିକଟରୁ ଦେଖିବାର ସୁଯୋଗ ପାଇଛି ।
Comments are closed, but trackbacks and pingbacks are open.