ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ୍: ଗ୍ୟାଟିଂ

Get real time updates directly on you device, subscribe now.

ଦୁବାଇ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସି ପ୍ରସ୍ତୁତି ଚଳାଇଛି । ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ କ୍ରୀଡ଼ା ସାମିଲ ହେବା ସମ୍ଭାବନା ରହିଛି । ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୁ ଶନୀ ଏନେଇ ପ୍ରକ୍ରିୟା ଆରମ୍ଭ କରିଥିବା ଏମ୍ସିସି ବିଶ୍ୱ କ୍ରିକେଟ୍ କମିଟି ଅଧ୍ୟକ୍ଷ ମାଇକ୍ ଗ୍ୟାଟିଂ ସୂଚନା ଦେଇଛନ୍ତି ।
ଗ୍ୟାଟିଂ କହିଛନ୍ତି, ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ୪ବର୍ଷରେ ଥରେ ଅଲିମ୍ପିକ୍ସ ଆୟୋଜନ ହେଉଥିବାବେଳେ ୨ ସପ୍ତାହ ମଧ୍ୟରେ ଶେଷ ହେଉଛି । ତେଣୁ ଏଥିରେ କ୍ରିକେଟ କ୍ରୀଡ଼ା ସାମିଲ ହେଲେ କୌଣସି ଅସୁବିଧା ହେବନି । ନିକଟରେ ବିସିସିଆଇ ନାଡ଼ା (ଜାତୀୟ ଡୋପିଂ ନିରୋଧି ସଂସ୍ଥା) ଅଧିନକୁ ଆସିବା ପରେ ଅଲିମ୍ପିକ୍ସରେ କ୍ରିକେଟର ସାମିଲ ହେବା ସମ୍ଭାବନା ବଢ଼ିଛି । ଅଲିମ୍ପିକ୍ସରେ ସମସ୍ତ କ୍ରୀଡ଼ାରେ ଡୋପ୍ ପରୀକ୍ଷା ହେଉଛି । ପୂର୍ବରୁ ବିସିସିଆଇ ଭାରତୀୟ ଖେଳାଳିମାନଙ୍କ ଡୋପ୍ ପରୀକ୍ଷା କରିବାକୁ ବିରୋଧ କରି ଆସିଥିଲା ।
ସେହିପରି ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ ହେବା ପ୍ରସଙ୍ଗରେ ଗ୍ୟାଟିଂ କହିଛନ୍ତି, ୧୯୯୮ ସଂସ୍କରଣ (କ୍ୱାଲାଲୁମ୍ପୁର) ପରେ ପ୍ରଥମଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ୍ ସାମିଲ ହେବା ସମ୍ଭାବନା ରହିଛି । ଆୟୋଜକ କମିଟି ଓ ଆଇସିସି ଅଫିସିଆଲ୍ଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ଖୁବ ଶୀଘ୍ର ଆଇସିସି ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons