ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକି:ଭାରତୀୟ ପୁରୁଷ ଓ ମହିଳା ଦଳର ଟୋକିଓ ଯାତ୍ରା

Get real time updates directly on you device, subscribe now.

ବେଙ୍ଗାଲୁରୁ: ଆଗାମୀ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ରବିବାର ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଟୋକିଓ ଗସ୍ତ କରିଛି । ଅଗଷ୍ଟ ୧୭ ତାରିଖରୁ ଉଭୟ ପୁରୁଷ ଓ ମହିଳା ଦଳ ଟେଷ୍ଟ ଇଭେଣ୍ଟ ଆରମ୍ଭ ହେବ । ଅଲିମ୍ପିକ୍ସ କ୍ୱାଲିଫାୟର(ନଭେମ୍ବରରେ) ପ୍ରତିଯୋଗିତା ପୂର୍ବରୁ ଏହି ଇଭେଣ୍ଟ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଭାରତୀୟ ପୁରୁଷ ଦଳ ଟେଷ୍ଟ ଇଭେଣ୍ଟରେ ଆୟୋକକ ଜାପାନ ବ୍ୟତୀତ ନ୍ୟୁଜିଲାଣ୍ଡ ଓ ମାଲେସିଆ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବ । ସେହିପରି ମହିଳା ଦଳ ଅଷ୍ଟ୍ରେଲିଆ, ଚୀନ ଓ ଆୟୋଜକ ଜାପାନ ବିପକ୍ଷରେ ଖେଳିବ । ଅଗଷ୍ଟ ୧୭ ତାରିଖରେ ଭାରତୀୟ ପୁରୁଷ ଦଳ ମାଲେସିଆକୁ ଏବଂ ମହିଳା ଦଳ ଜାପାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ଟୋକିଓ ଗସ୍ତ ପୂର୍ବରୁ ପୁରୁଷ ଦଳ ଅଧିନାୟକ ହରମନପ୍ରୀତ ସିଂହ କହିଛନ୍ତି, ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ଏହି ଇଭେଣ୍ଟ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହା ଯୁବ ଖେଳାଳିମାନଙ୍କୁ ନିଜକୁ ପ୍ରମାଣିତ କରିବାର ସୁଯୋଗ ଦେବ । ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ଦଳ ଚୟନ ପୂର୍ବରୁ ସମସ୍ତଙ୍କ ପ୍ରଦର୍ଶନ ଉପରେ ନଜର ରଖାଯିବ । ଏହି ଇଭେଣ୍ଟ ଜରିଆରେ ଆମେ ଟୋକିଓ ପରିବେଶ ଓ ସେଠାକାର ପିଚ୍ ବିଷୟରେ ଅବଗତ ହୋଇପାରିବୁ ।’
ମହିଳା ଦଳ ଅଧିନାୟିକା ରାଣୀ କହିଛନ୍ତି, ଟେଷ୍ଟ ଇଭେଣ୍ଟରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆକୁ ହରାଇ ବିପର୍ଯ୍ୟୟ ଘଟାଇବାକୁ ଲକ୍ଷ୍ୟ ରଖିଛୁ । ଜାପାନ ଓ ଚୀନ ବିପକ୍ଷରେ ଗତ ଏକବର୍ଷ ଧରି ଆମେ ଭଲ ପ୍ରଦର୍ଶନ କରିଆସିଛୁ । ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ନଜର ରଖିଛୁ । ଅଷ୍ଟ୍ରେଲିଆକୁ ହରାଇଲେ ଏହା ଆମର ଅଲିମ୍ପିକ୍ସ କ୍ୱାଲିଫାୟର ପ୍ରସ୍ତୁତିକୁ ଉତ୍ସାହିତ କରିବ ।’
ଭାରତର କ୍ରୀଡ଼ାସୂଚୀ
ଅଗଷ୍ଟ ୧୭ତାରିଖ- ଭାରତ ବନାମ ଜାପାନ (ମହିଳା), ଭାରତ ବନାମ ମାଲେସିଆ (ପୁରୁଷ), ଅଗଷ୍ଟ ୧୮ତାରିଖ- ଭାରତ ବନାମ ଅଷ୍ଟ୍ରେଲିଆ (ମହିଳା), ଭାରତ ବନାମ ନ୍ୟୁଜିଲାଣ୍ଡ (ପୁରୁଷ), ଅଗଷ୍ଟ ୨୦ତାରିଖ- ଭାରତ ବନାମ ଜାପାନ (ପୁରୁଷ), ଭାରତ ବନାମ ଚୀନ (ମହିଳା) ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons