ଭୁବନେଶ୍ୱର, (ବି.ବି.ବୁ୍ୟରୋ): କେଉଁଠି ପିଲାଟିଏ ପାଇଁ ବାପା ମାଆ ପୂଜାପାଠ କରୁଛନ୍ତି । ଆଉ କେଉଁଠି ପିଲାକୁ ମାରି ଅଳିଆ ଗଦାକୁ ଫୋପାଡ଼ିବାକୁ ପଛାଉ ନାହାନ୍ତି । ଆଜି ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ୟୁନିଟ୍- ୩ ଏନ୍ଏସି କଲୋନୀରେ । ସକାଳୁ ସକାଳୁ ଅଳିଆ ଗାଡ଼ିରେ କେହି ଅଜଣା ବ୍ୟକ୍ତି ନବଜାତକକୁ ଫୋପାଡ଼ି ଯାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ତେଜନା ପ୍ରକାଶ ପାଇଥିଲା । ନୀଳାଚଳ ହସ୍ପିଟାଲ ରୋଡ୍ର ଏନ୍ଏସି କଲୋନୀରେ ଏକ କ୍ୱାର୍ଟର୍ସ ଆଗରେ ବିଏମ୍ସିି ସଫେଇ ଠେଲାଗାଡ଼ି ଥୁଆ ହୋଇଥିଲା । ସଫେଇ କର୍ମଚାରୀ ଗାଡ଼ି ନେଇ ବାହାରିବା ବେଳେ ଏକ ପଲିଥିନ୍ ଜରି ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ । ଦେଖିବା ବେଳକୁ ସେଥିରେ ଏକ ନବଜାତକର ମୃତଦେହ ଥିଲା । ଏନେଇ ଖାରବେଳ ଥାନାକୁ ଖବର ଯିବା ପରେ ପୁଲିସ୍ ମୃତଦେହକୁ ଉଦ୍ଧାର କରିଥିଲା ।
Comments are closed, but trackbacks and pingbacks are open.