ଅଶୋକଙ୍କ ପସନ୍ଦ ବାବୁ

Get real time updates directly on you device, subscribe now.

ଓଲିଉଡର ଷ୍ଟାଇଲିସ୍ ଡାଇରେକ୍ଟର ଅଶୋକ ପତି । ସେ ଯେଉଁ ଫିଲ୍ମରେ ହାତ ମାରନ୍ତି ସେ ହିଟ୍ ନୁହେଁ ବରଂ ସୁପର୍ହିଟ୍ ହୁଏ । ବଡ଼ କଥା ହେଲା ସେ ନିଦେ୍ର୍ଧଶନା ଦେଇଥିବା ଅଧିକାଂଶ ସିନେମାରେ ତାଙ୍କ ନାୟକ ବନିଛନ୍ତି ଷ୍ଟାର୍ସନ୍ ବାବୁସାନ । ଆହୁରି ଗୋଟିଏ ମଜାଦାର କଥା ହେଲା କି ସେ ଅଧିକାଂଶ ସିନେମାରେ ବାବୁସାନଙ୍କ ନାଁ ‘ସଞ୍ଜୁ’ ରଖନ୍ତି । ଆପଣମାନେ ଭାବୁଥିବେ ଏବେ ଏ ପ୍ରସଙ୍ଗ କାହିଁକି? ନା’ ବାବୁଙ୍କ ସହିତ ତାଙ୍କର ସିନେମା ଆସୁଛି ନା’ କିଛି ନୂଆ ଯୋଜନା । ହଁ, ସତ କଥା । ବାବୁଙ୍କ ସହିତ ଅଶୋକ ପତିଙ୍କ ସିନେମା ନାହିଁ ମାତ୍ର ସେ ବାବୁଙ୍କୁ ଛାଡ଼ିପାରିନାହାନ୍ତି । ନିକଟରେ ଜୀସାର୍ଥକରେ ପ୍ରିମିୟର ହୋଇଛି ‘ରୋଲ୍ ନଂ-୨୭ ସୁଜାତା ସେନାପତି’ । ଏଥିରେ ଅର୍ଚ୍ଚିତାଙ୍କୁ ଲିଡ୍ରେ ରଖି ଏକ ନାରୀ କୈନ୍ଦ୍ରିକ ସିନେମା କରିଛନ୍ତି । ଯେଉଁଥିରେ ବାବୁସାନ ନାହାନ୍ତି କିନ୍ତୁ ଅଛନ୍ତି । ମାନେ ସିନେମାର କାହାଣୀ ଅନୁସାରେ ନାୟିକା ଅର୍ଚ୍ଚିତାଙ୍କ ଛୋଟ ଭଉଣୀ ରହିଛି । ଯାହାକୁ ସେ ପାଠ ପଢ଼ାଇ କଲେକ୍ଟର କରିବା ପାଇଁ ସବୁ ପ୍ରକାରର ଉଦ୍ୟମ କରୁଛନ୍ତି । କିନ୍ତୁ ସାନ ଭଉଣୀଟି ପାଠ ନପଢ଼ି କେବଳ ବାବୁସାନଙ୍କ ସିନେମା ଦେଖୁଛି । ରାସ୍ତାଘାଟରେ ଯେଉଁଠି ବାବୁସାନଙ୍କ ପୋଷ୍ଟର୍ ବା ଫଟୋ ଦେଖୁଛି ତାକୁ ଆଣି ଘରର କାନ୍ଥରେ ମାରୁଛି । ଏହିଭଳି ଭାବେ ବାବୁସାନଙ୍କୁ ସିନେମା ଭିତରକୁ ଟାଣି ଆଣିଛନ୍ତି ଅଶୋକ ପତି । ଅଶୋକ ଓ ବାବୁ ଉଭୟେ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ସୁଟିଂ ସେଟ୍ରେ ବି ଦୁହିଁଙ୍କ ଯୋଡ଼ି ଖୁବ୍ ଜମେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons