ଅଶ୍ୱଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରୁଷିଆର କାଜାନ ସହରରେ ଅନୁÂିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ‘ୱାର୍ଲ୍ଡ ସ୍କିଲ୍ସ ୨୦୧୯’ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ଏସ୍ ଅଶ୍ୱଥ ନାରାୟଣଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନରେ ଅନୁÂିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅଶ୍ୱଥଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେହିପରି ତାଙ୍କ କୋଚ୍ ରଜତ କୁମାର ସାମନ୍ତରାୟଙ୍କୁ ଅଲଗା ୫ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଅଶ୍ୱଥ ପଢୁଥିବା ସି.ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ବିଜୁ ପଟ୍ଟନାୟକ ଉକ୍ରର୍ଷ କେନ୍ଦ୍ର ପ୍ରତିÂା ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଅବସରରେ ସି.ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂର ଅଧ୍ୟକ୍ଷ ଡ. ସଞ୍ଜୀବ କୁମାର ରାଉତ, କୋଚ୍ ଶ୍ରୀ ସାମନ୍ତରାୟ ଏବଂ ଅନ୍ୟ ଦୁଇ ପ୍ରତିଯୋଗୀ ଜେନୋଫୋନ୍ ଦାସ ଓ ଅବିନାଶ ସ୍ୱାଇଁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଶ୍ୱଥଙ୍କର ପ୍ରଚଣ୍ଡ ଦକ୍ଷତା କୌଶଳ ଓ ଦୃଢ ପ୍ରଚେଷ୍ଟାର ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ଶ୍ରେÂ ପ୍ରତିଭାମାନଙ୍କ ସହ ପ୍ରତିଯୋଗିତା କରି ଅଶ୍ୱଥ ଚମ୍ପିୟନ୍ ହୋଇଛନ୍ତି । ବିଭିନ୍ନ ବିଭାଗରେ ନିଜର କୌଶଳ ବିକାଶ ପାଇଁ ଲାଗି ପଡିଥିବା ଲକ୍ଷ ଲକ୍ଷ ଯୁବପିଢିଙ୍କ ପାଇଁ ସେ ହେଉଛନ୍ତି ବାସ୍ତବ ଆଦର୍ଶ । ଏହି ବିଶ୍ୱସ୍ତରୀୟ ବିଜୟ ଓଡ଼ିଶାରେ କୌଶଳ ବିକାଶକୁ ପ୍ରୋତ୍ସାହନକୁ ପୁଣି ପ୍ରମାଣିତ କରିବା ସହିତ ମନୋବଳକୁ ମଜବୁତ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ଆଇଟିଆଇ, ପଲିଟେକନିକ୍ ସମେତ ଦକ୍ଷତା ବିକାଶ ଶିକ୍ଷାନୁÂାନଗୁଡିକର ଛାତ୍ରଛାତ୍ରୀମାନଙ୍କୁ ୨୦୨୧ରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ରେ ଭାଗ ନେବାକୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତୋ ବାଗଚି, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ ଅସିତ୍ ତି୍ରପାଠୀ, ବୈଷୟିକ ଶିକ୍ଷା ସଚିବ ହେମନ୍ତ ଶର୍ମା, ସି.ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂର ଅଧ୍ୟକ୍ଷ ଡ. ସଞ୍ଜୀବ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ, ୱାର୍ଲ୍ଡ ସ୍କିଲ୍ସରେ ପ୍ରଥମ ଥର ପାଇଁ ଓଡ଼ିଶା ଅଂଶଗ୍ରହଣର ସୁଯୋଗ ପାଇଥିଲା । ଭାରତର ୪୮ ଜଣିଆ ଟିମ୍ରେ ରାଜ୍ୟର ୩ ଜଣ ଏଥିପାଇଁ ଚୟନ ହୋଇଥିଲେ । ୱାଟର ଟେକ୍ନୋଲୋଜିରେ ଅଶ୍ୱଥ, ଏମ୍-କାଡ୍ରେ ଜେନୋଫୋନ ଦାସ ଓ ସିଏନ୍ସିରେ ଅବିନାଶ ସ୍ୱାଇଁ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons