ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜନଜାତି ସଂଗ୍ରହାଳୟ ପରିସରରେ ଆଜି ଠାରୁ ଆରମ୍ଭ ହୋଇଛି ସାତ ଦିନିଆ ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ-୨୦୧୯ । ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିÂାନ, ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ପ୍ରଦର୍ଶନୀ ଓ ବିକ୍ରୟ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରି ସମସ୍ତ ଶିଳ୍ପୀ, କଳାକାରଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ୟାଟେରୀ ଗାଡ଼ିରେ ଷ୍ଟଲ୍ଗୁଡ଼ିକ ବୁଲି ଦେଖିଥିଲେ । ଶେଷରେ ୪ ଟି ଗ୍ରୁପ୍ରେ କଳାକାରମାନଙ୍କ ସହ ଫଟୋ ଉଠାଇଥିଲେ । ଦୁଇଟି ଗ୍ରୁପ୍ ରାଜ୍ୟ ବାହାର କଳାକାର ଏବଂ ବାକି ଦୁଇଟିରେ ଓଡ଼ିଶାର କଳାକାର ରହିଥିଲେ । ସମସ୍ତେ ନିଜ ନିଜ ଅଞ୍ଚଳ ଅନୁଯାୟୀ ବେଶପୋଷାକରେ ସୁସଜ୍ଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ପରିଦର୍ଶନ ସମୟରେ ପ୍ରଦର୍ଶନୀରେ ପଡ଼ିଥିବା ମହାରାଷ୍ଟ୍ରର ଏକ ଷ୍ଟଲ୍ ପକ୍ଷରୁ ବାଉଁଶ ଓ ସୋଲରେ ପ୍ରସ୍ତୁତ ଫୁଲ ତୋଡା ଏବଂ ତାମିଲନାଡୁ ଷ୍ଟଲ୍ ପକ୍ଷରୁ ତୋଡା ସାଲ ଉପହାର ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୧ ଟି ଆଦିବାସୀ ଭାଷାରେ ପ୍ରସ୍ତୁତ ୪୫ ଟି ସହାୟକ ପଠନ ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି ସହାୟକ ପଠନ ପୁସ୍ତିକାଗୁଡ଼ିକ ଜନଜାତି ଛାତ୍ରଛାତ୍ରୀମାନଙ୍କର ବହୁମୁଖୀ ଭାଷା ଶିକ୍ଷା ନିମନ୍ତେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ।
ଏହି ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀରେ ଓଡ଼ିଶା ସମେତ ସିକିମ, ମହାରାଷ୍ଟ୍ର, ତାମିଲନାଡୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମଣିପୁର, ଛତିଶଗଡ଼, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ଉତ୍ତରପ୍ରଦେଶ, ଆସାମ, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଆଦି ୧୮ ଟି ରାଜ୍ୟର ୨୪୦ ରୁ ଅଧିକ ଜନଜାତି କଳାକାର ଅଂଶଗ୍ରହଣ କରିଛନ୍ତି । ଖୋଲିଥିବା ୭୨ ଟି ଷ୍ଟଲ୍ରେ ହସ୍ତଶିଳ୍ପ, ତନ୍ତବୁଣା, ଲୌହ, ବାଉଁଶ, କଣ୍ଢେଇ, ଲାଖ, ଜନଜାତି ଅଳଙ୍କାର, ବସ୍ତ୍ର ଓ ଚିତ୍ରକଳା, ଢୋକ୍ରା ଶିଳ୍ପ ସାମଗ୍ରୀ ମୁଖ୍ୟ ଆକର୍ଷଣ ରହିଛି । ଅନେକ ହସ୍ତଶିଳ୍ପ ଓ ହସ୍ତତନ୍ତ୍ରର ଡେମୋ ବି ପଡ଼ିଛି, ଯାହାକୁ ଦେଖିବା ଲାଗି ଅଧିକ ଭିଡ଼ ଜମୁଛି । ଏଥିସହିତ ଉଭୟ ସରକାରୀ ଓ ବେସରକାରୀ ଅନୁÂାନ ଯଥା³ ଟ୍ରାଇଫେଡ, ଟିଡିସିସି, ଓଟିଡିସି, ୱାର୍ଲ୍ଡ ଆକ୍ଟ, ଅନ୍ୱେଷା, ଏସ୍ସିଏସ୍ଟିଆର୍ଟିଆଇ, ଏଟିଏଲ୍ସି ଅନୁÂାନ ଅଂଶଗ୍ରହଣ କରିଛନ୍ତି । ସେମାନେ ମାଣ୍ଡିଆ ପିଠାଠୁ ଆରମ୍ଭ କରି କୋରାପୁଟ କଫି, ବାରିପଦା ମାଂସ, ମୁଢ଼ି ସବୁ କିଛି ବିକ୍ରି କରୁଛନ୍ତି । ଏହି ମେଳା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦ୍ୟାପନୀ ଉତ୍ସବ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଲାଗି ମେଳା ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।
ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ନିଦେ୍ର୍ଧଶକ(ଜନଜାତି) ସଚ୍ଚିନ ଆର୍ ଯାଦବ, ଏସ୍ସିଏସ୍ଟିଆର୍ଟିଆଇର ଉପଦେଷ୍ଟା ତଥା ନିଦେ୍ର୍ଧଶକ ଏବଂ ସ୍ୱତନ୍ତ୍ର ସଚିବ ପ୍ରଫେସର ଡ. ଅଖିଳ ବିହାରୀ ଓତା ଏବଂ ଅନ୍ୟାନ୍ୟ ବରିÂ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.