ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେବଳ ନିର୍ବାଚନରେ ଜିତିବା ପାଇଁ ନୁହେଁ, ଲୋକଙ୍କ ହୃଦୟ ଜିତିବାକୁ ଆମେ ଲଢୁଛୁ । ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହେବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଚୂଡାନ୍ତ ହୋଇଥିଲା । କେବଳ ଔପଚାରିକ ଘୋଷଣା ବାକି ଥିଲା । ନବୀନଙ୍କୁ ବିଜେଡି ସଭାପତି ଭାବେ ଘୋଷଣା କରିଥିଲେ ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ଜୟ ଜଗନ୍ନାଥରୁ ନବୀନ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ । ଏହାପରେ ଦଳୀୟ କର୍ମକର୍ତ୍ତାଙ୍କ ଉଦେ୍ଧଶ୍ୟରେ ବାର୍ତ୍ତା ଦେଇ ସେ କହିଥିଲେ, ସାଢେ଼ ୪କୋଟି ଓଡ଼ିଶାବାସୀଙ୍କୁ ନମସ୍କାର କରୁଛି । ଲକ୍ଷ ଲକ୍ଷ ବିଜୁ ଜନତା ଦଳ ଭାଇଭଉଣୀଙ୍କୁ ମୋର ନମସ୍କାର ଓ ଧନ୍ୟବାଦ । ବିଜୁ ଜନତା ଜଳ ଜିତିବା କି ହାରିବା ପାଇଁ ନିର୍ବାଚନ ଲଢେ଼ନି । ଲୋକଙ୍କ ଭଲ ପାଇବା ଜିତିବା ଓ ସ୍ନେହ ଶ୍ରଦ୍ଧା ପାଇଁ ଏହା ଲଢେ଼ । ବିଜୁଙ୍କୁ ମନେ ପକାଇ ନବୀନ କହିଥିଲେ, ବିଜୁ ବାବୁ କହୁଥିଲେ ସରକାର ଗଢିବା ପାଇଁ ଅଧିକ ଚିନ୍ତା କର ନାହିଁ । ଲୋକଙ୍କ ସେବା କରିବାକୁ ଚିନ୍ତା କର ।
ନବୀନ ସଭାପତି ମୁକୁଟ ପିନ୍ଧାଇବାକୁ ଆଜି ବିଜେଡି ପକ୍ଷରୁ ବଡ଼ ଆୟୋଜନ ହୋଇଥିଲା । ଦଳୀୟ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ଦଳର ସମସ୍ତ ରାଜ୍ୟ ପରିଷଦ ସଭ୍ୟ, ସମସ୍ତ ସାଂସଦ, ବିଧାୟକ, ଛାମୁଆ ସଂଗଠନର ନେତା ଓ କର୍ମୀମାନେ ସାମିଲ ହୋଇଥିଲେ । ବିଧାନସଭା ଚାଲିଥିବା ସତ୍ତେ ସବୁ ଦଳୀୟ ବିଧାୟକ ସେଠାରେ ଉପସ୍ଥିତ ଥିଲେ । ପ୍ରାୟ ୯ଟା ୫୦ବେଳକୁ ନବୀନ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥଲେ । ସଭାପତି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବରିÂ ନେତା ସଞ୍ଜୟ ଦାସବର୍ମା ମଞ୍ଚ ଉପରକୁ ଯାଇ ନବୀନଙ୍କୁ ଦଳୀୟ ସଭାପତିର ବ୍ୟାଜ୍ ପିନ୍ଧାଇଥିଲେ । ଏହି ସମୟରେ ମଞ୍ଚ ତଳୁ ନବୀନ ପଟ୍ଟନାୟକ ଜିନ୍ଦାବାଦ୍….ଧ୍ୱନିରେ ପୂରା ଅଞ୍ଚଳ କମ୍ପିଥିଲା । ତା’ ପରେ ବରିÂ ନେତା ଅତନୁ ସବ୍ୟସାଚୀ ନାୟକ ଯାଇ ଫୁଲତୋଡ଼ା ଦେଇଥିଲେ ।
ଏହାପରେ ବରିÂ ନେତାମାନେ ଜଣେ ପରେ ଜଣେ ଯାଇ ନବୀନଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ । ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମଧ୍ୟ ନବୀନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବାଜା, ବାଣରେ ରାଜ୍ୟ କାର୍ଯ୍ୟାଳୟ ଫାଟି ପଡ଼ିଥିଲା । ଉତ୍ସବର ମାହୋଲ୍ ସୃଷ୍ଟି ହୋଇଥିଲା ।
ପୂର୍ବରୁ ଡିସେମ୍ବର ୨୭ରୁ ଫେବ୍ରୁଆରୀ ୨୦ ତାରିଖ ଭିତରେ ବିଜେଡିର ବ୍ଲକ, ଜିଲ୍ଲା ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ସରିଛି । ୩୫୫ଜଣିଆ ରାଜ୍ୟ ପରିଷଦ ସଦସ୍ୟ ଚୟନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ତେବେ ଏଥିରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ୮୦ଜଣ ନାମାଙ୍କନ ଭରିଥିଲେ । ସଭାପତି ପଦ ପାଇଁ ଏକାକୀ ନବୀନ ନାମାଙ୍କନ ଦାଖଲ କରିଥିଲେ । ତାଙ୍କୁ ଆଜି ଆନୁÂାନିକ ଭାବେ ସଭାପତି ଘୋଷଣା କରାଯାଇଛି । ସଭାପତି ଘୋଷଣା ସହ ନିର୍ବାଚନ ଅଧିକାରୀ ଶ୍ରୀ ଦେବ ୮୦ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ ।
ନୂଆ କରି ଗଢ଼ା ଯାଇଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି । ମନ୍ତ୍ରୀ ନବକିଶୋର ଦାସ, ଭୁବନେଶ୍ୱର ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ଲୋପାମୁଦ୍ରା ବକ୍ସିପାତ୍ର, ମିଲନ କାନୁନ୍ଗୋ, ସମ୍ବଲପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ଇଂ ନଳିନୀ ପ୍ରଧାନ, ସଞ୍ଜୟ ଅଗ୍ରୱାଲ, ବାସନ୍ତୀ ହେମ୍ବ୍ରମ, ବିପ୍ଲବ ପାତ୍ର ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି ତାଲିକାରେ ଅଛନ୍ତି ।
ସୂଚନା ଯେ, ୧୯୯୭ରୁ ବିଜେଡି ଗଠନ ହେବା ପରେ ନବୀନ ଲଗାତର ଭାବେ ଦଳର ସଭାପତି ରହି ଆସିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ଅପାର ସଫଳତା ପାଇଛି । କ୍ରମାଗତ ଭାବେ ଦଳ ପଞ୍ଚମ ପାଳିରେ ରାଜ୍ୟ ଶାସନର ଡୋରି ଧରିଛି । ଚଳିତଥର ବିଜେଡି ପକ୍ଷରୁ ସାଂଗଠନିକ ନିର୍ବାଚନକୁ ସବୁକୁ ଅଧିକ ଫୋକସ୍ କରାଯାଇଥିଲା । ସଭ୍ୟ ସଂଗ୍ରହରେ ଦଳ ରେକର୍ଡ ସୃଷ୍ଟି କରିବା ସହ ଗଣତାନ୍ତ୍ରିକ ପଦ୍ଧତିରେ କର୍ମକର୍ତ୍ତା ନିର୍ବାଚନ କରିଛି । ଆଗକୁ ନବୀନ ଦଳର ଛାମୁଆ ସଂଗଠନରେ ପରିବର୍ତ୍ତନ କରିପାରନ୍ତି ବୋଲି ଦଳ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି ।
Comments are closed, but trackbacks and pingbacks are open.