ପାଲଲହଡ଼ା,(ବି.ବି.ନୁ୍ୟଜ୍): କରୋନା ଭୟରେ ମରିଯାଉଛି ମଣିଷପଣିଆ । ଏପରିକି ନିଜ ଆତ୍ମୀୟମାନଙ୍କୁ ଭରସା କରପାରୁନାହିଁ ମଣିଷ । ପୁଅ ଆଖି ପାଉ ନଥିବା ରାସ୍ତା ଅତିକ୍ରମ କରି ଆସିବା ପରେ ମଧ୍ୟ ମା’ ତାଙ୍କୁ ଆପଣେଇ ନେବା ପରିବର୍ତ୍ତେ ଘର କବାଟ ଖୋଲିବାକୁ ଡରୁଛି । ଦାଦନ ଖଟି ବାହାର ରାଜ୍ୟରୁ ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ନିଜ ଘରେ ଏପରିକି ଗାଁରେ ମଧ୍ୟ ପ୍ରବେଶ ଅନୁମତି ମିଳୁନାହିଁ । ଏପରିସ୍ଥିତିରେ ଏବେ ବି ବଞ୍ଚିଛି ମଣିଷପଣିଆ । ଜଣେ ଅସହାୟ ବ୍ୟକ୍ତିଙ୍କ ମୃତୁ୍ୟ ପରେ ଚାରି କାନ୍ଧ ଦେି ତାଙ୍କ ସଂକ୍ରାର କରିଛନ୍ତି ଗ୍ରାମବାସୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ଗାଁରେ । ଖେମଳା ଗାଁର ପୋଲସ୍ଥିତ ଦେହୁରୀ ଜଣେ ନିରାଶ୍ରୟ ବ୍ୟକ୍ତି । ପରିବାର କହିଲେ ଆଗକୁ ପଛକୁ କେହି ନାହାନ୍ତି । ବାପା , ମା କେବେଠୁଆର ପାରିକି ଗଲେଣି । ସେ ଗାଁରେ ମୁଲ ମଜୁରୀ କରି ଚଳୁଥିବା ବେଳେ ୧୦ ବର୍ଷ ତଳୁ ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ତେବେ ଏକ କରୋନା ଯୋଗୁଁ ଲୋକେ ଘରୁ ବାହାରୁ ନଥିବା ବେଳେ ପୋଲସ୍ଥିତିଙ୍କ ମୃତୁ୍ୟ ପରେ ଶବ ଉଠାଇବା ପାଇଁ ଆତ୍ମୀୟ ପରିଜନ କାହାରି ଦେଖା ନଥିଲା । ଶେଷରେ ଗାଁ ର ଯୁବକ ଗୋÂୀ ଏକାଠି ହୋଇ ଶବ ସକ୍ରାର କରିବା ପାଇଁ ଆଗେଇ ଆସିଥିଲେ । ଚାନ୍ଦା ସଂଗ୍ରହ କରି ଆନ୍ତେଷ୍ଟି କ୍ରିୟା ଶେଷ କରି ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ ।
Comments are closed, but trackbacks and pingbacks are open.