ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପ୍ରାୟୋଜିତ କର୍ମଶାଳା ଇନଷ୍ଟିଚୁ୍ୟଟ୍ ଫର୍ ମ୍ୟାନେଜମେଣ୍ଟ୍ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି (ଆଇଏମଆଇଟି)ରେ ଅନୁÂିତ ହୋଇଯାଇଛି । ଏଆଇସିଟିଇ ପକ୍ଷରୁ ବୈଷୟିକ ଶିକ୍ଷକମାନଙ୍କୁ ଏହି କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ଅବସରରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ତାଲିମ୍ ଦିଆଯାଇଛି । କର୍ମଶାଳାରେ ଏଆଇସିଟିଇର ଅଧ୍ୟାପକ ବିକାଶ କେନ୍ଦ୍ରର (ଫାକଲଟି ଡେଭଲପମେଣ୍ଟ୍ ସେଲ୍) ନିଦେ୍ର୍ଧଶକ କର୍ଣ୍ଣେଲ୍ ବି. ଭେଙ୍କଟ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏଆଇସିଟିଇ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଅଧ୍ୟାପକଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡ଼ିକ ବାବଦରେ କହିଥିଲେ । କର୍ମଶାଳାରେ ଆଇଏମ୍ଆଇଟିର ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାଢ଼ୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଆଇଏମଆଇଟିର ଏମବିଏ ବିଭାଗର ମୁଖ୍ୟ ଏସ୍ କେ. ଜୟସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କର୍ମଶାଳାର ଉଦଘାଟନୀ ଉତ୍ସବରେ ସେଣ୍ଟର୍ ଫର୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ୍ ଏଜୁକେସନ୍(ସିଆଇଏମ୍ଇ)ର ଅଧ୍ୟକ୍ଷ ପ୍ରଫେସର ରଘୁନାଥ ସାହୁ, କଟକସ୍ଥିତ ବୋସ୍ର ଅଧ୍ୟକ୍ଷ ପ୍ରଫେସର ଜ୍ଞାନ ରଞ୍ଜନ ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶାର ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ଇଞ୍ଜିନିୟରିଂ ସ୍କୁଲରୁ ୧୫୦ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.