ଆଇଏଲ୍ଏସ୍‌ ହେବ ନୂଆ କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ବର: ରାଜ୍ୟରେ ଅନ୍ୟ ଏକ ଅନୁଷ୍ଠାନରେ ହେବ କୋଭିଡ-୧୯ର ପରୀକ୍ଷା କେନ୍ଦ୍ର। ଏ ନେଇ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଅନୁମତି ମିଳିଛି। ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍)ରେ ଆସନ୍ତା ସପ୍ତାହରୁ କୋଭିଡ୍-୧୯ର ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଏଥିସହ ଆଇଏଲ୍ଏସ୍ ନିର୍ଦ୍ଦେଶକ ଟ୍ବିଟ୍ ମାଧ୍ୟମରେ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜା ଧଳଙ୍କୁ ସୂଚନା ଦେଇଛନ୍ତି। କୋଭିଡ୍‌-୧୯ର ପରୀକ୍ଷା କରିବା ପାଇଁ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗର ଅନୁମତି ପାଇଛନ୍ତି।ଏପର୍ୟ୍ୟନ୍ତ ଆରଏମଆରସି, ଭୁବନେଶ୍ୱର, ଏଆଇଏମଏସ, ଭୁବନେଶ୍ୱର ଏବଂ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଉଥିଲା। ଓଡିଶାରେ ସମୁଦାୟ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୪୨ ପହଞ୍ଚି। ସେମାନଙ୍କ ମଧ୍ୟରୁ ୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ଘରକୁ ଫେରିଥିବା ବେଳେ ଅନ୍ୟ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons